୨୪ଟି ହାତୀ ପାଇଁ ସୁବର୍ଣ୍ଣପୁର ଚାଷୀ ରାତି ଅନିଦ୍ରା

ସୁବର୍ଣ୍ଣପୁର : ୨୪ ଟିକିଆ ହାତୀପଲ ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ଚାଷୀଙ୍କ ନୀଦ ହଜାଇ ଦେଇଛନ୍ତି। ଖବର ଅନୁଯାୟୀ ବିନିକା ବନବିଭାଗ ଅଧିନସ୍ଥ ସିନ୍ଦୁରପୁର ଗାଁରେ ଏହି ହାତୀପଲ ପସି ବ୍ୟାପକ ଧାନ ଫସଲ ଖାଇଦେଇଛନ୍ତି। ଶତାଧିକ ଏକର ଦଳି ନଷ୍ଟ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

କେବଳ ସେତିକି ନୁହେଁ ସିନ୍ଦୁରପୁର, ଗଣେଶପୁର ଓ ଝାରପଡା ଆଦି ଗାଁରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ। ଫସଲ ବଞ୍ଚାଇବା ଲାଗି ସେମାନେ ରାତି ଉଜାଗର ହେଉଛନ୍ତି। ନିଆଁ ଜାଳି, ଟିଣ ବଜାବା ସହିତ ଠେଙ୍ଗାବାଡି ଧରି ବନ ବିଭାଗ ହାତୀ ଘଉଡାଇବାକୁ ଚାଷୀଙ୍କ ସହ ମିଶି ଉଦ୍ୟମ ଜାରି ରଖିଛି। ଏହି ହାତୀପଲ ମହାନଦୀ ଡେଇଁ ବିନିକା ଅଞ୍ଚଳରେ ପ୍ରବେଶ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।