୨୫ କ୍ଵିଣ୍ଟାଲ୍ ମହୁଲ ଜବତ, ୨ ଗିରଫ

ରାୟଗଡ଼ା : ପଦ୍ମପୁର ପୋଲିସ କେନ୍ଦୁଗୁଡାଠାରେ ଚଢଉ କରି୨୫ କ୍ଵିଣ୍ଟାଲ୍ ମହୁଲ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ବେଆଇନ୍ ମହୁଲ ଚାଲାଣ ହେଉଥିବା ସୂଚନା ପାଇ ପଦ୍ମପୁର ପୋଲିସ କେନ୍ଦୁଗୁଡା ନିକଟରେ ଗାଡିକୁ ଅଟକାଇଥିଲା। ଥାନା ଅଧିକାରୀ ସଞ୍ଜୟକୁମାର ନାୟକଙ୍କ ନେଟୂତ୍ଵରେ ପୋଲିସ ଟିମ ଏହି ଚଢଉ କରିଥିଲେ। ପଦ୍ମପୁର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଗିରଫ ଦୁଇଜଣକୁ କୋର୍ଟ ଚାଲଣ କରାଯାଇଛି।

ମତାମତ ଦିଅନ୍ତୁ ।