୨୫ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୫ ଗିରଫ

ପୁରୀ : ପୁରୀ ପୋଲିସର ସ୍ପେସାଲ୍ ଟାସ୍କ ଫୋର୍ସ (ଏସଟିଏଫ)। ପ୍ରାୟ ୨୫୦ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିଛି। ଏଥିସହ ୫ଜଣ ଡିଲର ଓ ଯୋଗାଣକାରୀଙ୍କୁ ଗିରଫ ହୋଇଛନ୍ତି। ସେମାନେ ହେଲେ ଭୁବନେଶ୍ୱର ପୋଖରୀପୁଟର ଧୀରେନ୍ଦ୍ର ସାହୁ ଓରଫ ଟୁଟୁ, ସରକନ୍ତରାର ସୁବ୍ରତ ଖୁଣ୍ଟିଆ, ସୁରଜ ପରିଡ଼ା, ଡୁମଡୁମାର ମାଧବ ମଣ୍ଡଳ ଓ ବାଣପୁର ଖୁଣ୍ଟାପାଲିର ଆଦିତ୍ୟ ନାରାୟଣ ସ୍ୱାଇଁ।

ଖବର ଅନୁଯାୟୀ ଗତ କିଛିଦିନ ମଧ୍ୟରେ ବ୍ରାଉନସୁଗରର ବିକ୍ରି ବ୍ୟବହାର ବଢ଼ିଥିବା ବେଳେ ଏହାକୁ ରୋକିବା ପାଇଁ ପୁରୀର ପୋଲିସ ଅଧୀକ୍ଷକ ଏକ ଏସଟିଏଫ ଗଠନ କରିଥିଲେ। ଗତକାଲି ବ୍ରାଉନସୁଗର ବିକ୍ରି ନେଇ ଯୋଜନା ଚାଲିଥିବାର ସୂଚନା ପାଇ ଏସଟିଏଫ ବାଇ ପାସ ନିକଟରେ ଚଢ଼ଉ କରି ୨୫୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେଵ। ଏହାବ୍ୟତୀତ ୧୧ଟି ମୋବାଇଲ, ୫,୦୦୦ଟଙ୍କା, ୨ଟି ଏଟିଏମ/ଡେବିଟ କାର୍ଡ, ଗୋଟିଏ ବାଇକ ଓ କାର୍ ଜବତ ହୋଇଥବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button