୨୫୩୧ ଘରୋଇ ସ୍କୁଲକୁ ସ୍ୱୀକୃତି ମିଳିନି

ଭୁବନେଶ୍ୱର : ରାଜ୍ୟରେ ୨୫୩୧ଟି ଘରୋଇ ବିଦ୍ୟାଳୟ ଆବଶ୍ୟକ ମାନଦଣ୍ଡ ପୂରଣ କରି ନଥିବାରୁ ସ୍ୱୀକୃତି ମିଳିନାହିଁ। ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ବୁଧବାର ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ରାଜ୍ୟରେ ସମୁଦାୟ ୬୭୬୭ଟି ଘରୋଇ ବିଦ୍ୟାଳୟ ଅଛି। ସେଥିରୁ ୪୨୩୬ଟି ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ହୋଇଥିବା ବେଳେ ୨୫୩୧ଟି ବିଦ୍ୟାଳୟ ସ୍ୱୀକୃତି ପାଇନାହାନ୍ତି। ଏମାନଙ୍କ ମଧ୍ୟରୁ କିଛି ବିଦ୍ୟାଳୟ ସ୍ୱୀକୃତି ପାଇବା ପାଇଁ ଆବେଦନ କରିଥିଲେ। କିନ୍ତୁ ଆବଶ୍ୟକ ମାନଦଣ୍ଡ ପୂରଣ କରିନଥିବାରୁ ସ୍ୱୀକୃତି ଦିଆଯାଇନାହିଁ। ସେହିପରି ଯେଉଁ ବିଦ୍ୟାଳୟଗୁଡିକ ବିନା ସାର୍ଟିଫିକେଟରେ ଚାଲୁଛି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ବନ୍ଦ କରିବାକୁ ପଦକ୍ଷେପ ନିଆଯାଉଛି।

Leave a Reply

Your email address will not be published. Required fields are marked *

Back to top button