୨୬ ଧର୍ମଘଟକୁ କଂଗ୍ରେସର ସମର୍ଥନ

ଭୁବନେଶ୍ୱର : କେନ୍ଦ୍ରରେ ବିଜେପି ସରକାର ଶ୍ରମିକମାନଙ୍କ ସ୍ୱାର୍ଥକୁ ଅଣଦେଖା କରିବା ପ୍ରତିବାଦରେ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତା ୨୬ତାରିଖରେ ଧର୍ମଘଟ ଡାକରା ଦିଆଯାଇଛି। ଏହାକୁ ପ୍ରଦେଶ କଂଗ୍ରେସ କମିଟି ସମର୍ଥନ ଜଣାଇଛି।

ପିସିସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଧର୍ମଘଟକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ମିଳିତ ମଂଚର ନେତୃବୃନ୍ଦମାନେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟି ରାଜ୍ୟରେ ଧର୍ମଘଟକୁ ସମର୍ଥନ ପାଇଁ ଅନୁରୋଧ କରିଥିଲେ। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସେମାନଙ୍କ ସହିତ ଆଲୋଚନା କରିବା ପରେ ରାଜ୍ୟର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଧର୍ମଘଟ ଡାକରାକୁ କଂଗ୍ରେସ ସଂପୂର୍ଣ୍ଣ ସମର୍ଥନ କରିବ ବୋଲି ଘୋଷଣା କରିଥିଲେ। ଏହାସହିତ ଦଳର ସମସ୍ତ ଜିଲ୍ଲା କମିଟି, ରାଜ୍ୟର ଛାମୁଆ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର ସାହାଯ୍ୟ ଓ ସହଯୋଗ ସେ କାମନା କରିଛନ୍ତି।

ମତାମତ ଦିଅନ୍ତୁ ।