୨୬ ଯାଏଁ ଭିମ୍‌ସାରର ଆଉଟ୍‌ଡୋର୍‌ ବନ୍ଦ

ସମ୍ବଲପୁର : ଆସନ୍ତା ଆଗାମୀ ୨୬ ତାରିଖ ଯାଏଁ ବୁର୍ଲା ବଡ଼ ଡାକ୍ତରଖାନା(ଭିମ୍‌ସାର) ଆଉଟ୍‌ଡୋର୍‌ ବନ୍ଦ ରହିବ। ଅଣଜରୁରୀକାଳୀନ ରୋଗୀଙ୍କୁ ଭିମସାରରେ ଭର୍ତ୍ତି କରାଯିବ ନାହିଁ। ନିୟମିତ ଅସ୍ତ୍ରୋପଚାରକୁ ବନ୍ଦ ରଖାଯାଇଥିବା ବେଳେ କେବଳ କାଜୁଆଲିଟି ଓ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ଖୋଲା ରହିଛି। ଏହାଛଡ଼ା ଅନ୍ୟ ହସ୍ପିଟାଲରୁ ସ୍ଥାନାନ୍ତର ହୋଇଥିବା ରୋଗୀଙ୍କୁ ଭର୍ତ୍ତି କରାଯିବ। ସର୍ବସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ଓ ଭିମ୍‌ସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।