୨୬ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗର ଜବତ, ୨ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୂବନେଶ୍ଵରରୁ ଆଜି ପୁଣି ୨୬୨ ଗ୍ରାମ୍‌ ବ୍ରାଉନ୍‌ ସୁଗର ଜବତ ହୋଇଛି। ଯାହାର ମୂଲ୍ୟ ୨୬ ଲକ୍ଷ ୨୦ ହଜାର ଟଙ୍କା। ଏସ୍‌ଟିଏଫ ଏହି ମାମଲାରେ ୨ ଜଣ ଅଭିଯୁକ୍ତ ଏସ୍‌ କେ ତଲିମ୍‌ ଓ ଏସ୍‌କେ ଆସିଫ୍‌ଙ୍କୁ ଗିରଫ କରିଛି।

ଖବର ଅନୁଯାୟୀ ଏସ୍‌ଟିଏଫକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥର ତାପଙ୍ଗ କ୍ରସିଂ ନିକଟରେ ପହଂଚିଥିଲା। ସେଠାରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ରାଉତପଡ଼ା ଗାଁର ଏସ୍‌କେ ତଲିମ ଓ ଏସ୍‌କେ ଆସିଫଙ୍କ ଠାରୁ ୨୬୨ ଗ୍ରାମ୍‌ର ବ୍ରାଉନ୍‌ ସୁଗର ଓ ଏକ ବାଇକ୍‌ ଜବତ କରାଯାଇଛି। ଏନେଇ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।

ମତାମତ ଦିଅନ୍ତୁ ।