୨୬ରେ ସୁଗନ୍ଧା-ସଙ୍କେତଙ୍କ ବାହାଘର

ମୁମ୍ବାଇ : ଲୋକପ୍ରିୟ କମେଡିଆନ୍‌ ସୁଗନ୍ଧା ମିଶ୍ରା ଓ ଡାକ୍ତର ତଥା କମେଡିଆନ ସଙ୍କେତ ଭୋସଲେଙ୍କୁ ବିବାହ କରିବେ। ସୋସିଶାଲ ମିଡିଆରେ ଏନେଇ ସୁଗନ୍ଧା ଘୋଷଣା କରିବା ସହିତ ଇନ୍‌ଷ୍ଟାଗ୍ରାମରେ ଫଟୋ ସେଆର କରିଛନ୍ତି। ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି।

୨୦୧୭ରୁ ସୁଗନ୍ଧା-ସଙ୍କେତ ଉଭୟଙ୍କୁ ଡେଟ୍‌ କରୁଛନ୍ତି। ଛୋଟ ପରଦାର ଅନେକ କମେଡି କାର୍ଯ୍ୟକ୍ରମରେ ଦୁହିଁଙ୍କୁ ଦେଖିବାକୁ ମିଳିଛି। ସୁଗନ୍ଧା କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ’ରେ ନଜର ଆସୁଥିବା ବେଳେ ସଞ୍ଜୟ ଦତ୍ତଙ୍କ ନକଲ କରିବାକୁ ନେଇ ଚର୍ଚ୍ଚାରେ ଥିଲେ ସଙ୍କେତ। ଏବେ ସୁଗନ୍ଧା ଓ ସଙ୍କେତଙ୍କ ରୋମାଣ୍ଟିକ ଫଟୋ ଭାଇରାଲ ହେବା ପରେ କୁହାଯାଉଥିଲା ଦୁହିଁଙ୍କର ନିର୍ବନ୍ଧ ସରିଛି। କିନ୍ତୁ ସୁଗନ୍ଧା କହିଛନ୍ତି ନିର୍ବନ୍ଧ ନୁହେଁ ପ୍ରି-ୱେଡିଂ ଫଟୋସୁଟ୍‌ ଥିଲା। ଆସନ୍ତା ୨୬ ତାରିଖରେ ପଞ୍ଜାବରେ ଦୁହିଁଙ୍କ ନିର୍ବନ୍ଧ ଓ ବିବାହ ଗୋଟିଏ ଦିନରେ ହେବ ବୋଲି ସୁଗନ୍ଧା ସୂଚନା ଦେଇଛନ୍ତି।

ଦୁହିଁଙ୍କ ଫଟୋ ସେଆର କରି ସୁଗନ୍ଧା କହିଛନ୍ତି ସବୁଦିନ ପାଇଁ ସୋଲମେଟ୍‌, ବିବାହ କରିବାକୁ ଯାଉଛି। ହାସ୍‌ଟ୍ୟାଗ୍‌ ପାୱାର କପଲ। ସେହିପରି ସଙ୍କେତ ମଧ୍ୟ ଉଭୟଙ୍କ ଫଟୋ ସେଆର କରିବା ପରେ ଏବେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *

Back to top button