୨୬ରେ ୟୁପି ହାଥରସ୍ ଘଟଣା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ : ଆସନ୍ତା ୨୬ ତାରିଖ ଦିନ କଂଗ୍ରେସ ଉତ୍ତର ପ୍ରଦେଶର ହାଥରସ୍‌ ଘଟଣା ପ୍ରତିବାଦରେ କରିବ ଦେଶବ୍ୟାପୀ ବିକ୍ଷୋଭ। ୩୧ରେ ହେବ ଜିଲ୍ଲା ମୁଖ୍ୟାଳୟରେ ବିରୋଧ ପ୍ରଦର୍ଶନ। ଦଳ ପକ୍ଷରୁ ଏହି ଘୋଷଣା ହୋଇଛି।

ହାଥରସ୍‌ କାଣ୍ଡରେ ସିବିଆଇ କ୍ରମାଗତ ଜେରା ସହିତ ଛାନବିନ ଚଳାଇଛି। ଶନିବାର ସିବିଆଇ ଟିମ୍ ପୀଡିତାଙ୍କ ଗାଁରେ ପହଞ୍ଚି ଘଟଣାସ୍ଥଳ ଅନୁଧ୍ୟାନ କରିବା ପରେ ପୀଡିତାଙ୍କ ପରିବାର ଲୋକଙ୍କୁ ସାଢେ ପାଞ୍ଚ ଘଣ୍ଟା ପଚରା ଉଚୁରା କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ହାଥରସ୍ ଘଟଣାକୁ ନେଇ ସାରା ଦେଶରେ ଉଠିଥିଲା ପ୍ରତିବାଦର ସ୍ଵର। ବିରୋଧୀ ଦଳ ଗୁଡିକ ଯୋଗୀ ସରକାରଙ୍କୁ ସମାଲୋଚନା କରିଥିଲେ। ପୀଡିତାଙ୍କ ପରିଜନକୁ ଦେଖା କରିବାକୁ ଯିବା ବେଳେ ଉତ୍ତର ପ୍ରଦେଶ ପୋଲିସ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଓ ଅନ୍ୟ ମାନଙ୍କୁ ଅଟକ ରଖିଥିଲା। ଏହାର ପ୍ରତିବାଦରେ କଂଗ୍ରେସ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ନେଇଛି। କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି ୟୁପି ପୋଲିସର ବର୍ବରତା ବିରୋଧରେ କଂଗ୍ରେସ କର୍ମକର୍ତ୍ତମାନେ ବିକ୍ଷୋଭ ପ୍ରଦର୍ଶନ କରିବେ।

ମତାମତ ଦିଅନ୍ତୁ ।