୨୮ ଓ ୨୯ ସ୍କୁଲ ଛୁଟି

ଭୁବନେଶ୍ଵର : ଦୋଳପୂର୍ଣ୍ଣିମା ଓ ହୋଲି ପାଇଁ ଆସନ୍ତା ୨୮ ଓ ୨୯ ତାରିଖ ସ୍କୁଲ ଛୁଟି। ଗଣଶିକ୍ଷା ଅଧିନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଦୁଇଦିନ ଛୁଟି ରହିବ। ଆଜି ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ର।

କରୋନା ପାଇଁ ରାଜ୍ୟ ସରକାର ଗତବର୍ଷ ସମସ୍ତ ସ୍କୁଲକୁ ବନ୍ଦ ରଖିଥିଲେ। ଦୀର୍ଘ ଦିନର ବ୍ୟବଧାନ ପରେ ସ୍କୁଲ ଖୋଲିଛି। ତେବେ ୧୦୦ ଦିନ ଲାଗି ପିଲାଙ୍କ ପାଠପଢ଼ା ଜାରି ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଘୋଷଣା କରିଥିଲା। ମାତ୍ର ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀ ସଂକ୍ରମିତ ହେଉଛନ୍ତି। ତେଣୁ ହୋଲି ଓ ଦୋଳକୁ ଛୁଟି ଘୋଷଣା କରାଯାଇଥିବା ବେଳେ ଘରେ ରହି ହୋଲି ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button