୨୮ରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ‘ରେଡ଼ିଓ ପାନ୍ଥଶାଳା’ କାର୍ଯ୍ୟକ୍ରମ

ଭୁବନେଶ୍ୱର : କରୋନା କଟକଣା ପାଇଁ ଗତ ମାର୍ଚ୍ଚ ୧୭ରୁ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ। ସେଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ରେଡିଓ ପାନ୍ଥଶାଳା କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାଦାନ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି। ଆସନ୍ତା ୨୮ ତାରିଖଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆକାଶବାଣୀର ସବୁ ଷ୍ଟେସନରୁ ‘ରେଡିଓ ପାନ୍ଥଶାଳା’ କାର୍ଯ୍ୟକ୍ରମ ପ୍ରସାରଣ ହେବ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ସୋମବାରଠାରୁ ଶୁକ୍ରବାର ଯାଏଁ ସକାଳ ୧୦ଟାରୁ ୧୦ଟା ୧୫ ମିନିଟ ପର୍ଯ୍ୟନ୍ତ ପିଲାଙ୍କୁ ରେଡିଓ ଜରିଆରେ ଶିକ୍ଷା ଦିଆଯିବ।

ସୂଚନା ଅନୁଯାୟୀ ସୋମବାର ପ୍ରଥମ ଶ୍ରେଣୀ, ମଙ୍ଗଳବାର ଦ୍ୱିତୀୟ ଶ୍ରେଣୀ, ବୁଧବାର ତୃତୀୟ ଶ୍ରେଣୀ, ଗୁରୁବାର ଓ ଶୁକ୍ରବାର ଚତୁର୍ଥ ଶ୍ରେଣୀ ପିଲାଙ୍କୁ ସକାଳ ୧୦ଟାରୁ ୧୦ଟା ୫ ପର୍ଯ୍ୟନ୍ତ ରେଡିଓ ପାନ୍ଥଶାଳା କାର୍ଯ୍ୟକ୍ରମ ଆକାଶବାଣୀରେ ପ୍ରସାରଣ କରାଯିବ।

ସେହିପରି ପଂଚମ ଶ୍ରେଣୀ ପିଲାଙ୍କ ପାଇଁ ସୋମବାର, ଷଷ୍ଠ ଶ୍ରେଣୀ ମଙ୍ଗଳବାର, ସପ୍ତମ ଶ୍ରେଣୀ ଲାଗି ବୁଧବାର, ଅଷ୍ଟମ ଶ୍ରେଣୀ ଲାଗି ପୂର୍ବାହ୍ନ ୧୦ଟା ୫ରୁ ୧୦ଟା ୧୫ ପର୍ଯ୍ୟନ୍ତ ରେଡିଓ କାର୍ଯ୍ୟକ୍ରମ ପ୍ରସାରଣ ହେବ। ଅକ୍ଟୋବର ୨ ତାରିଖ ଯାଏଁ ରେଡିଓ ପାନ୍ଥଶାଳା କାର୍ଯ୍ୟକ୍ରମ ପ୍ରସାରଣ ହେବ।

ମତାମତ ଦିଅନ୍ତୁ ।