୨୮ରୁ ଏମ୍‌ଏସ୍‌ ଲ’ କଲେଜ ହେବ ବିଶ୍ଵବିଦ୍ୟାଳୟ

କଟକ : ଆସନ୍ତା ୨୮ ତାରିଖ ମଧୁ ଜୟନ୍ତୀରୁ ମଧୁସୂଦନ ଆଇନ କଲେଜ ବିଶ୍ଵବିଦ୍ୟାଳୟରେ ପରିଣତ ହେବ। ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତ ଜାରି ହୋଇଛି। ଗତବର୍ଷ ଜୁନ୍‌ ୧୧ତାରିଖରେ ଏମ୍‌ଏସ୍‌ ଲ’ କଲେଜକୁ ଆଇନ ବିଶ୍ଵବିଦ୍ୟାଳୟ କରିବାକୁ ଘୋଷଣା କରାଯାଇଥିଲା।

ବିଜ୍ଞପ୍ତ ଅନୁଯାୟୀ ଚଳିତମାସ ୨୮ ତାରିଖରେ ମଧୁସୂଦନ ଆଇନ କଲେଜ ବିଶ୍ଵବିଦ୍ୟାଳୟରେ ପରିଣତ ହେବ। ଏହି ବିଶ୍ଵବିଦ୍ୟାଳୟ ଅଧିନରେ ଓଡ଼ିଶାର ୨୧ରୁ ଅଧିକ ଆଇନ୍‌ କଲେଜ ରହିବ। ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

Back to top button