୨୮ରୁ ସ୍କୁଲ ଖୋଲିବ : ଏହି ରାଜ୍ୟରେ ଜାରିହେଲା ଗାଇଡଲାଇନ୍

ପାଟନା : କରୋନା ସଂକ୍ରମଣ ରୋକିବା ପାଇଁ ସ୍କୁଲ-କଲେଜ ବନ୍ଦ ରହିଛି। ତେବେ ବିହାରରେ ସରକାର ସେପ୍ଟେମ୍ବର ୨୮ରୁ ସ୍କୁଲ ଖୋଲିବାକୁ ଗାଇଡଲାଇନ୍ ଜାରି କରିଇଛନ୍ତି। ନିୟମ ଅନୁଯାୟୀ ପିଲାମାନେ ସପ୍ତାହରେ ଦୁଇଦିନ ସ୍କୁଲ ଆସିବେ। ଏହି ସମୟରେ ୫୦ ପ୍ରତିଶତ ଶିକ୍ଷକ ଓ ସ୍କୁଲ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ। ଉଭୟ ସରକାରୀ ଓ ଘରୋଇ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ ବୋଲି ଗାଇଡଲାଇନରେ କୁହାଯାଇଛି।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୩୦ ପ୍ରତିଶତ ଛାତ୍ରଛାତ୍ରୀ ଦୈନିକ ସ୍କୁଲ ଆସିବେ। କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଅଧ୍ୟୟନ କରିବେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ଏସଓପି ଅନୁସାରେ ପିଲାମାନେ ସ୍କୁଲ ଯିବେ ଓ ଅଧ୍ୟୟନ କରିବେ।

ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ଅନଲକ୍ ୪ ଗାଇଡଲାଇନରେ ସେପ୍ଟେମ୍ବର ୨୧ରୁ ୯ମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲ ଯିବା ପାଇଁ ଅନୁମତି ମିଳିଥିଲା। ଏହାର ନିୟମ ଅନୁଯାୟୀ ସ୍କୁଲ ଯାଉଥିବା ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଗାଇଡଲାଇନ୍ ପାଳନ କରିବାକୁ ହେବ। ସାମାଜିକ ଦୂରତାକୁ ଧ୍ୟାନ ଦିଆଯିବ। ଏବେ ପ୍ରାକ୍ଟିକାଲ କ୍ସାସ ହେବ ନାହିଁ। ସ୍କୁଲରେ ପିଲାମାନେ ମାସ୍କ ପିନ୍ଧି ବସିବେ ଓ ହାତକୁ ବାରମ୍ବାର ସାନିଟାଇଜ୍ କରିବେ। ଏଥିସହ ଛାତ୍ରଛାତ୍ରୀଙ୍କ ଅମ୍ଳଜାନ ସ୍ତର ମାପିବା ପାଇଁ ଅକ୍ସିମିଟର୍‌ର ବ୍ୟବସ୍ଥା ରହିବ।

ମତାମତ ଦିଅନ୍ତୁ ।