୨୯ ବର୍ଷ ପରେ ମହାସଂଯୋଗ : ଜାଣନ୍ତୁ ରାକ୍ଷୀ ପୂର୍ଣ୍ଣିମାର ଶୁଭ ମୁହୂର୍ତ୍ତ

ଶ୍ରାବଣ ମାସର ପାଳନ ହୁଏ ପୂର୍ଣ୍ଣିମା। ଚଳିତ ବର୍ଷ ଏହି ପର୍ବ ଶ୍ରାବଣର ଶେଷ ସୋମବାର ଅର୍ଥାତ୍ ଅଗଷ୍ଟ ୩ ତାରିଖରେ ପଡୁଛି। ଏବର୍ଷ ରାକ୍ଷୀ ପୂର୍ଣ୍ଣିମା ସର୍ବାର୍ଥ ସିଦ୍ଧି ଓ ଆୟୁଷ୍ମାନ ଦୀର୍ଘାୟୁଙ୍କର ଏକ ଶୁଭ ସଂଯୋଗ ହେଉଛି। ଜ୍ୟୋତିଷଙ୍କ ମତରେ ଏହି ସଂଯୋଗ ଦୀର୍ଘ ୨୯ ବର୍ଷ ପରେ ପଡୁଥିବାରୁ କେଉଁ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିବା ଶୁଭ ତାହା ଜାଣିବା ଆବଶ୍ୟକ।

ରାକ୍ଷୀ ପୂର୍ଣ୍ଣିମାର ଶୁଭ ସମୟ :-  ରାକ୍ଷୀ ବାନ୍ଧିବା ସମୟରେ ଭଦ୍ରା କରିବା ଉଚିତ୍ ନୁହେଁ। କୁହାଯାଏ ରାବଣର ଭଉଣୀ ତାଙ୍କୁ ଭଦ୍ରା କାଳରେ ରାକ୍ଷୀ ବାନ୍ଧି ଥିଲେ। ତେଣୁ ରାବଣଙ୍କର ବିନାଶ ହୋଇଥିଲା। ଅଗଷ୍ଟ ୩ରେ ଭଦ୍ରା ସକାଳ ୯ଟା ୨୯ ପର୍ଯ୍ୟନ୍ତ ରହିଛି। ରାକ୍ଷୀ ପର୍ବ ସକାଳ ସାଢ଼େ ୯ଟାରୁ ଆରମ୍ଭ ହେବ। ଅପରାହ୍ନ ୧ଟା ୩୫ ମିନିଟ୍‌ରୁ ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ବହୁତ ଭଲ ସମୟ ରହିଛି। ଏହା ପରେ ସନ୍ଧ୍ୟା ସାଢ଼େ ୭ଟା ରୁ ସନ୍ଧ୍ୟା ସାଢ଼େ ୯ଟା ମଧ୍ୟରେ ଶୁଭ ସମୟ ରହିଛି। ରାକ୍ଷୀ ପୂର୍ଣ୍ଣିମା ଦିନ ବହୁତ ଭଲ ଗ୍ରହ ଓ ନକ୍ଷେତ୍ରର ସଂଯୋଗ ରହିବ। ଏହି ଦିନରେ ସମସ୍ତ ମନୋକାମନା ପୂରା ହେବ ସହିତ ଭାଇ ଭଉଣୀ ଦୀର୍ଘାୟୁ ହେବେ।

ଅଗଷ୍ଟ ୩ରେ ଶ୍ରାବଣ ମାସ ଶେଷ ସୋମବାରରେ ପୂର୍ଣ୍ଣିମା ପଡୁଥିବାରୁ ଏଭଳି ସଂଯୋଗ ବହୁତ କମ୍‌ ଆସେ। ଏହାଛଡା ଏହି ଦିନ ଚନ୍ଦ୍ରମାଙ୍କର ଶ୍ରାବଣ ନକ୍ଷେତ୍ର। ମକର ରାଶିର ସ୍ଵାମୀ ଶନି ଓ ସୂର୍ଯ୍ୟ ଆପୋଷରେ ସମସପ୍ତକ ଯୋଗ ହେଉଛି। ଶନି ଓ ସୂର୍ଯ୍ୟ ଦୁହେଁ ଆୟୁଷ ବଢ଼ାଇଥାନ୍ତି ବୋଲି କୁହାଯାଏ।

ମତାମତ ଦିଅନ୍ତୁ ।