୨୯ରେ ପୁଣି ଲଘୁଚାପ

ଭୁବନେଶ୍ୱର : ଓଡିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁଇଦିନ ମଧ୍ୟରେ ଅପସାରିତ ହୋଇଯିବ। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଏହି ଦେଇଛି। ସେହିପରି ୨୯ ତାରିଖରେ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ଅକ୍ଟୋବର ମାସରେ ପ୍ରତିବର୍ଷ ବାତ୍ୟା ଭୟ ଦେଖାଦେଉଥିବାରୁ ଏହି ଲଘୁଚାପ ଆଶଙ୍କା ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି।

ମତାମତ ଦିଅନ୍ତୁ ।