Breaking Newsରାଜ୍ୟ
୨୯ରୁ ଖୋଲିବ ମା’ ବିରଜା ମନ୍ଦିର

ଯାଜପୁର : ଚଳିତମାସ ୨୯ ତାରିଖରୁ ଯାଜପୁରର ମା’ ବିରଜା ମନ୍ଦିର ଖୋଲିବ। ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଏହି ସୂଚନା ଦେଇଛନ୍ତି। କିନ୍ତୁ ଗହଳିକୁ ଏଡ଼ାଇବା ପାଇଁ ଜାନୁଆରୀ ୧,୨ ଓ ୩ ତାରିଖରେ ମା’ଙ୍କ ମନ୍ଦିର ବନ୍ଦ ରହିବ ବୋଲି ସେ କହିଛନ୍ତି।
ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ମା’ଙ୍କ ଦର୍ଶନ କରିପାରିବେ। ମନ୍ଦିର ମଧ୍ୟରେ କୌଣସି ବିବାହ କାର୍ଯ୍ୟ କରାଯିବ ନାହିଁ। କେବଳ ପିଣ୍ଡଦାନ ହୋଇପାରିବ। ଏହି ସମୟରେ କୋଭିଡ ନିୟମ ପାଳନକୁ କଡ଼ାକଡ଼ି କରାଯିବ। ଜିଲ୍ଲାର ଅନ୍ୟ ମନ୍ଦିର ଖୋଲିବା ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବା ବୋଲି ସେ କହିଛନ୍ତି।