୩ ବିଜେପି ବିଧାୟକ ନିଲମ୍ବିତ

ଭୁବନେଶ୍ଵର : ବିଧାନସଭାରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ ଫିଙ୍ଗିବା ଘଟଣାରେ ବିଜେପିର ୩ ଜଣ ବିଧାୟକଙ୍କ କାର୍ଯ୍ୟାନୁଷ୍ଠାନ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ୩ ବିଜେପି ସଦସ୍ୟଙ୍କୁ ନିଲମ୍ବିତ କରିଛନ୍ତି। ଏଥିରେ ରହିଛନ୍ତି ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ, ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଧାୟକ ଜୟ ନାରାୟଣ ମିଶ୍ର। ଚଳିତ ଅଧିବେଶନ ଶେଷ ଯାଏ ଏହି ବିଧାୟକମାନେ ଗୃହ କାର୍ଯ୍ୟରେ ଯୋଗଦେଇ ପାରିବେ ନାହିଁ।

ଅନ୍ୟପକ୍ଷରେ ତିନି ବିଧାୟକ ନିଲମ୍ବନ ପ୍ରତିବାଦରେ ବିଜେପି ସଦସ୍ୟମାନେ କକ୍ଷ ତ୍ୟାଗ କରି ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button