୩ ବିଜେପି କର୍ମୀଙ୍କୁ ଆତଙ୍କବାଦୀ ହତ୍ୟା କଲେ

ଶ୍ରୀନଗର : ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା କ୍ୱାଜିଗୁଣ୍ଡରେ ଆଜି ଆତଙ୍କବାଦୀମାନେ ୩ ଜଣ ସ୍ଥାନୀୟ ବିଜେପି କର୍ମୀଙ୍କୁ ହତ୍ୟା କରିଛନ୍ତି। ପ୍ରାଣ ହରାଇଥିବା ୩ ବିଜେପି କର୍ମୀ ହେଲେ-କୁଲଗାମ ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଫିଦା ହୁସେନ ଇଠୋ, ସହଯୋଗୀ ଉମର ହାଜମ ଓ ହାରୋନ ବୈଗ। ଫିଦା ଓ ହୁସେନଙ୍କ ଘର ୱାଇ କେ ପୁରାରେ ହୋଇଥିବା ବେଳେ ହାରୋନଙ୍କ ଘର ସୋପାଟ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ମତାମତ ଦିଅନ୍ତୁ ।