୩ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ : ଭାରତୀୟ ସେନା ଗୁଳିରେ ୮ପାକିସ୍ତାନୀ ନିହତ

ନୂଆଦିଲ୍ଲୀ : ଉତ୍ତର କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟ ତିନୋଟି ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ନିୟମ ଉଲ୍ଲଂଘନ ଯୋଗୁ ଭାରତୀୟ ସେନାର ତିନିଜଣ ଯବାନ ସହିଦ ହୋଇଛନ୍ତି। ଏ ମଧ୍ୟରେ ଜଣେ ବିଏସଏଫ ଏସଆଇ ଓ ଦୁଇ ଜଣ ଯବାନ ରହିଛନ୍ତି। ଏହାର ପ୍ରତିଶୋଧ ନେଇଛି ଭାରତ। ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୮ଜଣ ଯବାନ ନିହତ ହୋଇଥିବା ବେଳେ ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍ ଓ ସେନା ବଙ୍କର୍ ଧ୍ୱଂସ ହୋଇଛି। ମୃତ୍ୟୁବରଣ କରିଥିବା ଯବାନଙ୍କ ମଧ୍ୟରେ ଦୁଇ-ତିନି ପାକିସ୍ତାନୀ ଆର୍ମି ସ୍ପେଶାଲ ସର୍ଭିସ ଗ୍ରୁପ (ଏସଏସଜି) କମାଣ୍ଡୋ ଥିବା ଭାରତୀୟ ସେନାର ସୂତ୍ର ପ୍ରକାଶ।

ମତାମତ ଦିଅନ୍ତୁ ।