୩ ଝିଅଙ୍କୁ ବୁଡ଼ାଇ ମାରି ମା’ର ଆତ୍ମହତ୍ୟା

ହାଇଦ୍ରାବାଦ : ମଦ ପାଇଁ ଜୋଗୁଲାମ୍ବା ଗଡ଼ୱାଲ ଜିଲ୍ଲାର ମାଲାପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ନିଶାଖୋର ମା’ ନେଇଛି ତିନି ଝିଅଙ୍କ ଜୀବନ। ନିଜେ ମଧ୍ୟ ପାଣିକୁ ଡେଇଁ କରିଛି ଆତ୍ମହତ୍ୟା।

ଖବର ଅନୁଯାୟୀ ମଙ୍ଗଳବାର ମାଲାପୁର ଗାଁର ଘଟିଛି। ୩୨ ବର୍ଷିୟା ମହିଳା ତିନି ଝିଅଙ୍କୁ ହ୍ରଦକୁ ନେଇଥିଲା। ପ୍ରଥମେ ୧୦ ବର୍ଷ ଓ ୩ ବର୍ଷର ଝିଅର ଅଣ୍ଟାକୁ ଗାମୁଛାରେ ବାନ୍ଧି ହ୍ରଦ ଭିତରକୁ ଠେଲି ଦେଇଥିଲା। ତା’ପରେ ୧୧ ମାସର ଝିଅକୁ ଧରି ପାଣିକୁ ଡେଇଁପଡ଼ିଥିଲା। ପାଣିରେ ବୁଡି ମା’ ଓ ଝିଅ ୪ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ମହିଳା ଜଣକ ନିଶାଖୋର। ମଦ ନିଶା​‌ରେ ଏଭଳି ଘଟଣା ଘଟାଇଛି।

ପୋଲିସ୍‌ ଘଟଣାସ୍ଥଳରୁ ୪ଟି ମୃତଦେହ ଉଦ୍ଧାର କରିଛି। କିନ୍ତୁ ପ୍ରକୃତ କାରଣ ଜଣାପଡ଼ିନାହିଁ। ଘଟଣା ସମୟରେ ମହିଳାଙ୍କ ସ୍ଵାମୀ ପାଖରେ ଥିବା ଏକ କ୍ଷେତରେ କାମ କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି।

ମତାମତ ଦିଅନ୍ତୁ ।