୩ ଶିଶୁଙ୍କୁ ବିଷଦେଇ ମା’ର ଆତ୍ମହତ୍ୟା ଉଦ୍ୟମ, ୨ ପୁଅ ମୃତ

ଭୁବନେଶ୍ଵର : ପାରିବାରିକ ଅଶାନ୍ତିରୁ ଚନ୍ଦକା ଥାନା ଚନ୍ଦକା ଥାନା ବିଞ୍ଝଗିରି କନ୍ଦଲେଈ ଗାଁରେ ଅଭାବନୀୟ ଘଟଣା ଘଟିଛି। ତିନି ଶିଶୁଙ୍କୁ ବିଷଦେଇ ମା’ କରିଛି ଆତ୍ମହତ୍ୟା ଉଦ୍ୟମ। ଦୁଇ ଶିଶୁପୁତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ମା’ ଓ ଅନ୍ୟ ଜଣେ ଶିଶୁକନ୍ୟା ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡିଛି।

ଖବର ଅନୁଯାୟୀ ସ୍ଵାମୀଙ୍କର ମୃତ୍ୟୁ ଘଟିବା ପରେ ବିଧବା ଜାନକୀ ଗାଗାରେଇଙ୍କ ପକ୍ଷରେ ପରିବାର ପୋଷିବା ଚିନ୍ତାର କାରଣ ହୋଇଥିଲା। ଦିଅର ତାଙ୍କୁ ସହାୟତାରେ ସେ ଜାନକୀଙ୍କ ପରିବାର ଚଳାଉଥିଲେ। ରବିବାର ସକାଳେ ଦିଅର କାମକୁ ଚାଲିଯିବା ପରେ ଜାନକୀ ପୋକ ମରା ବିଷ କିଣିଆଣି ପ୍ରଥମେ ଦୁଇ ପୁଅ ଓ ଝିଅଙ୍କୁ ଦେଇ ନିଜେ ପିଇ ଦେଇଥିଲେ। ବିଷପିଇ୪ ବର୍ଷର ରାଜୁ ଓ ୩ ବର୍ଷର ବିଜୁ ସଂଜ୍ଞାହୀନ ହୋଇପଡ଼ିଥିଲେ। କିଛି ସମୟ ପରେ ଦେଢ଼ ବର୍ଷର ଶିଶୁକନ୍ୟାର ସମାନ ଅବସ୍ଥା ହୋଇଥିଲା।

ଜାନକୀ ବିଷ ପିଇ ଚିତ୍କାର କରିବାରୁ ପଡ଼ୋଶୀ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନେଙ୍କୁ କ୍ୟାପିଟାଲ ହସ୍ଫିଟାଲ ପଠାଯାଇଥିଲା। କିନ୍ତୁ ଡାକ୍ତର ଦୁଇ ଶିଶୁପୁତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଦିଅରଙ୍କ କହିଛନ୍ତି ସେ ମୂଲ ଲାଗିବା ପାଇଁ ବାହାରକୁ ଯାଇଥିବା ବେଳେ ପଡ଼ୋଶୀଙ୍କ ଠାରୁ ଖବର ପାଇଥିଲେ। ଜାନକୀ କାହିଁକି ଏଭଳି କଲା ସେ କହିପାରିବେ ନାହିଁ। ପୋଲିସ ଏବେ ବିଷ ପିଇବା କାରଣ ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଥିବା କହିଛି। ଏବେ ଗୁରୁତର ମା’ ଓ ଝିଅକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button