୩୦ ଜଣ ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କଲା ବିଜେଡି

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା କରିଛି। ଏମାନେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀଙ୍କ ପାଇଁ ପ୍ରଚାର କରିବେ।

ଶୁକ୍ରବାର ଘୋଷଣା ହୋଇଥିବା ଷ୍ଟାର କ୍ୟାମ୍ପେନର ତାଲିକାରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ନମ୍ବରରେ ଥିବା ବେଳେ ଦ୍ଵିତୀୟରେ ରହିଛି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାମ। ସେହିପରି ଦେବୀ ମିଶ୍ର, ମହେଶ୍ଵର ମହାନ୍ତି, ପିନକୀ ମିଶ୍ର, ସଞ୍ଜୟ ଦାସବର୍ମା, ବ୍ୟୋମକେଶ ରାୟ, ସୁଶାନ୍ତ ସିଂ, ସମୀର ରଞ୍ଜନ ଦାଶ, ଟୁକୁନି ସାହୁ, ତୁଷାରକାନ୍ତି ବେହେରା, ଦେବୀ ରଞ୍ଜନ ତ୍ରିପାଠୀ, ପ୍ରଣବ ବଳବନ୍ତରାୟ, ଅନନ୍ତ ନାରାୟଣ ଜେନା, ପ୍ରତାପ କେଶରୀ ଦେବ, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ର ସାରଥୀ ବେହେରା, ପ୍ରମିଳା ମଲ୍ଲିକ, ପ୍ରୀତି ରଞ୍ଜନ ଘଡ଼ାଇ, ନିରଞ୍ଜନ ପୂଜାରୀ, ମୁଜିବୁଲ୍ଲା ଖାନ, ନବକିଶୋର ଦାସ, ସୁଧୀର ସାମଲ, ରାଜେନ୍ଦ୍ର କୁମାର ସାହୁ, ଉମାକାନ୍ତ ସାମନ୍ତରାୟ, ବିଭୂତି ବଳବନ୍ତରାୟ, ଅରିନ୍ଦମ ରାୟ ଓ ଆକାଶ ଦାସ ନାୟକଙ୍କ ନାଁ ତାଲିକାରେ ରହିଛି।

Leave a Reply

Your email address will not be published. Required fields are marked *

Back to top button