୩୦ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ-୨ ନାମଲେଖା ଅବଧି

ଭୁବନେଶ୍ୱର : ରାଜ୍ୟ ସରକାର ଯୁକ୍ତ-୨ ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟ ଅବଧିକୁ ୪ ଦିନ ବୃଦ୍ଧି କରିଛନ୍ତି। ତେଣୁ ୨୧ରୁ ଆରମ୍ଭ ହୋଇଥିବା ନାମଲେଖା ପ୍ରକ୍ରିୟା ୨୬ ପରିବର୍ତ୍ତେ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ସିବିଏସଇ ଏବଂ ଆଇସିଏସଇ ପିଲାଙ୍କ ଡିଜିଲକର ସାର୍ଟିଫିକେଟ୍ ଗ୍ରହଣ ପାଇଁ କୁହାଯାଇଛି। ମାସେ ଭିତରେ ଅରିଜିନାଲ ଦେବାକୁ ସେମାନଙ୍କ ଠାରୁ ଅଣ୍ଡରଟେକିଂ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଉ ନାମଲେଖା ସମୟରେ କୋଭିଡ୍ କଟକଣା ପାଳନ କରିବାକୁ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।

ମତାମତ ଦିଅନ୍ତୁ ।