୩୦ ତାରିଖ ଯାଏଁ ବର୍ଷା ନାହିଁ

ଭୁବନେଶ୍ୱର : ଓଡିଶାରୁ ଫେରିଯିବ ମୌସୁମୀ ବିଦାୟ ନେଉଛି। ତେଣୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଧିକ ବର୍ଷାର ସମ୍ଭାବନା ନାହିଁ। ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆରବ ସାଗର ଅଂଚଳ, ଝାଡଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ ଓ ଗୁଜରାଟର ବଳକା ସ୍ଥାନରୁ ମୌସୁମୀ ବାୟୁ ବାହୁଡିବ। ଏଥିସହ କେନ୍ଦ୍ରୀୟ ଆରବ ସାଗର, ଉତ୍ତର ମହାରାଷ୍ଟ୍ର ଓ ଓଡିଶାର ପଶ୍ଚିମ ଓ ଉତ୍ତର ଓଡିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୂକୁଳ ରହିଛି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇସାରିଛି।

ସେହିପରି କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ପଶୁପାଳକ କହିଛନ୍ତି ଆସନ୍ତା ୨୯ କିମ୍ବା ୩୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ମିଆଁମାର ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଲଘୁଚାପ ରୂପ ନେଇ ପୂର୍ବ ଉତ୍ତର ବଙ୍ଗୋପସାଗରକୁ ଆସିବ। କିନ୍ତୁ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ସେ ଆକଳନ କରିଛନ୍ତି।

ମତାମତ ଦିଅନ୍ତୁ ।