Breaking Newsଅପରାଧ

୩୦୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ଭଦ୍ରକ : କାରରେ ଚାଲାଣ ହେଉଥିବା ୩୦୦ ଲିଟର ଦେଶୀ ମଦକୁ ଅବକାରୀ ବିଭାଗ ଭଦ୍ରକ ଗ୍ରାମଞ୍ଚଳ ଥାନା ଏରଡ଼ା କେନାଲ ଛକ ନିକଟରୁ ଜବତ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ଖବର ଅନୁଯାୟୀ ଏକ ସ୍ୱିଫ୍ଟ ଡିଜାୟାର କାରରେ ଚୋରାରେ ଦେଶୀ ମଦ ଯାଉଥିବା ଭଦ୍ରକ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଏହି ଖବରକୁ ଆଧାର କରି ଅବକାରୀ ବିଭାଗର ମୋବାଇଲ୍ ଟିମ୍ ଗ୍ରାମାଞ୍ଚଳ ଥାନା ଏରଡ଼ା ଛକ ନିକଟରେ ଜଗି ରହିଥିଲେ। କାରକୁ ଅଟକାଇବା ବେଳେ ଚାଳକ ଗାଡି ବୁଲାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଏକ ଗଛରେ ପିଟିବା ସହିତ କେନାଲ ଭିତରକୁ ପୁରାଇଦେଇଥିଲା। ଏହି ସମୟରେ ଗାଡିରେ ଥିବା ଦୁଇଜଣ ଦୌଡ଼ିବାରୁ ଅବକାରୀ କର୍ମଚାରୀମାନେ ସେମାନଙ୍କୁ ଗୋଡାଇ ଧରିଥିଲେ। ପରେ କାର ଭିତରୁ ୩୦୦ ଲିଟର ଦେଶୀ ମଦ ଜବତ କରିବା ସହ ବିଜୟ ମହାରଣା ଓ ଅମିତ ଜେନାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button