୩୦୦ ଲିଟର ସ୍ପିରିଟ ଜବତ, ଜଣେ ଗିରଫ

ଯାଜପୁର : ପାଣିକୋଇଲି ଛକ ପାଖରେ ଥିବା ପେଟ୍ରୋଲ ଟାଙ୍କି ନିକଟରୁ ଆଜି ଯାଜପୁର ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ୩୦୦ ଲିଟର ସ୍ପିରିଟ ଜବତ କରିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ସ୍କ୍ୱାର୍ଡ ଧରିଥିବା ଜଣାପଡିଛି। ଖବର ଅନୁଯାୟୀ ଅବକାରୀ ବିଭାଗ ସ୍କ୍ୱାର୍ଡ ଅଧିକାରୀ ସ୍ପପ୍ନାରାଣୀ ସାହୁଙ୍କୁ ସୂଚନା ମିଳିଥିଲା ହରିପୁରର ଜଣେ ବ୍ୟକ୍ତି କୋଲକତାରୁ ଟ୍ରକ ଯୋଗେ ସ୍ପିରିଟ ମଗାଉଛନ୍ତି। ତେଣୁ ପ୍ରସ୍ତୁତ ରହିଥିବା ଅବକାରୀ ବିଭାଗ ସ୍ପିରିଟ ଜବତ ସହିତ ଜଣକୁ ଗିରଫ କରିଥିଲା।

ମତାମତ ଦିଅନ୍ତୁ ।