୩୦ରେ ଚନ୍ଦ୍ର ଗ୍ରହଣ : ତିନୋଟି ରାଶି ପାଇଁ ଅଶୁଭ

ନୂଆଦିଲ୍ଲୀ : ଆସନ୍ତା ୩୦ ତାରିଖରେ ଚଳିତ ବର୍ଷର ଅର୍ଥାତ ୨୦୨୦ର ଶେଷ ଚନ୍ଦ୍ରଗ୍ରହଣ। ଏଥର ଚନ୍ଦ୍ରଗ୍ରହଣ ବୃଷ ଓ ରୋହିଣୀ ନକ୍ଷତ୍ରରେ ହେବାକୁ ଯାଉଛି। ରୋହିଣୀ ନକ୍ଷତ୍ରର ପ୍ରଭୁ ହେଉଛନ୍ତି ଚନ୍ଦ୍ର। ଯାହା ଏହି ଦିନ ତୁଳାରେ ଗମନାଗମନ କରିବେ। ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ତାରିଖ ଅପରାହ୍ନ ୧.୦୨ ମିନିଟରୁ ଆରମ୍ଭ ହୋଇ ୦୫.୨୩ ପର୍ଯ୍ୟନ୍ତ ରହିବ। ଏଥର ବୃଷ ରାଶିରେ ଚନ୍ଦ୍ରଗ୍ରହଣ ଉପଚ୍ଛାୟା ଦେଖିବାକୁ ମିଳିବ। ଏହି ଚନ୍ଦ୍ରଗ୍ରହଣର ଅବଧି ୦୪ ଘଣ୍ଟା ୨୧ ମିନିଟ୍। ଭାରତ, ଆମେରିକା, ପ୍ରଶାନ୍ତ ମହାସାଗର, ଏସିଆ ଓ ଅଷ୍ଟ୍ରେଲିଆରେ ଦୃଶ୍ୟମାନ ହେବ।

ଜ୍ୟୋତିଷ ମତ ଅନୁଯାୟୀ ଚନ୍ଦ୍ରଗ୍ରହଣର ପ୍ରଭାବ ପ୍ରାୟତଃ ସମସ୍ତ ରାଶିର ଉପରେ ରହିବ। କିନ୍ତୁ ବିଶେଷ ପ୍ରଭାବ ମିଥୁନ, କନ୍ୟା ଓ ଧନୁ ରାଶି ଉପରେ ରହିବ।

ମିଥୁନ : ଏହି ରାଶିର ବ୍ୟକ୍ତିବିଶେଷ ଚନ୍ଦ୍ରଗ୍ରହଣ ହେତୁ ମାନସିକ ଚାପରେ ରହିପାରନ୍ତି। କିଛି କାର୍ଯ୍ୟରେ ସଫଳତା ବିଳମ୍ବରେ ମିଳିପାରେ। କାହାକୁ କିଛି କହିବା​‌ ସମୟରେ ତ୍ରୁଟି ହେତୁ କ୍ଷତି ସହିପାରନ୍ତି। ଘରର ସଦସ୍ୟଙ୍କ ଦେହ ଅସୁସ୍ଥ ହେବ। ପ୍ରଭୁ ହନୁମାନଙ୍କୁ ପୂଜାକଲେ ଲାଘବ ହୋଇପାରେ।

କନ୍ୟା : ଚନ୍ଦ୍ରଗ୍ରହଣର ପ୍ରଭାବ କନ୍ୟା ରାଶି ଉପରେ ରହିବା ଯୋଗୁ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଯେଉଁମାନେ ଚାକିରିରେ ଅଛନ୍ତି ଓ ବଡ଼ ଦାୟିତ୍ଵ ଗ୍ରହଣ କରୁଛନ୍ତି ସେମାନେ କିଛି ସମସ୍ୟାରେ ପଡି ପାରନ୍ତି। ତେଣୁ କ୍ରୋଧ ପରିହାର କରି ବେଶି କଥାବାର୍ତ୍ତା କରିବା ଠାରୁ ଦୂରେଇ ରହିବା ଉଚିତ ହେବ। ତାହାଛଡା ଅଧିକ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଥିବାରୁ ଖର୍ଚ୍ଚ ନିୟନ୍ତ୍ରଣ କରିବା ସହିତ ଭଗବାନ ଗଣେଶଙ୍କୁ ଉପାସନା କରନ୍ତୁ ସୁଫଳ ମିଳିବ।

ମତାମତ ଦିଅନ୍ତୁ ।