୩୦ରେ ପ୍ରାର୍ଥୀପତ୍ର ଦାଖଲ କରିବେ ରୁଦ୍ର ପ୍ରତାପ ମହାରଥୀ

ଭୁବନେଶ୍ୱର : ଏପ୍ରିଲ ୧୭ ତାରିଖରେ ପିପିଲି ବିଧାନସଭା ଉପନିର୍ବାଚନ। ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ କଂଗ୍ରେସକୁ ରହିଛି ଅପେକ୍ଷା। ଇତିମଧ୍ୟରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିସାରିଲେଣି। ଆସନ୍ତା ୩୦ ତାରିଖରେ ବିଜେଡି ପ୍ରାର୍ଥୀ ତଥା ଦିଗଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି।
ଅନ୍ୟପକ୍ଷରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସଭବନରେ ପୂର୍ବରୁ ଅନୁଷ୍ଠିତ ବୈଠକରେ ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ିର ରଣନୀତି ପ୍ରସ୍ତୁତ ହୋଇଛି। ପଞ୍ଚାୟତସ୍ତରରେ ପ୍ରଚାର ଓ ଏଥିପାଇଁ କାହାକୁ ଦାୟିତ୍ଵ ଦିଆଯିବ ସେ ବିଷୟରେ ଆଲୋଚନା ହୋଇଥିବା ସୂଚନା ରହିଛି।