୩୧ ଡିସେମ୍ବର ଯାଏ ଗାଡ଼ି କାଗଜପତ୍ର ଅବଧି ବୃଦ୍ଧି

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗାଡ଼ି ଡକ୍ୟୁମେଣ୍ଟ ଭ୍ୟାଲିଡିଟି ଅବଧିକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ସମୟ ଯାଏ ସମସ୍ତ ଗାଡ଼ିର କାଗଜପତ୍ରର ବୈଧ ରହିବ। ଭ୍ୟାଲିଡିଟି ଶେଷ ହୋଇଥିଲେ ମଧ୍ୟ ଫାଇନ ଦେବାକୁ ପଡ଼ିବ ନାହିଁ। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିବା ବେଳେ ସମସ୍ତ ରାଜ୍ୟ ସରକାରମାନଙ୍କୁ ଆଡଭାଇଜରି ଜାରି କରାଯାଇଛି। ତେଣୁ ଡିସେମ୍ବର ୩୧ ଯାଏ ଫିଟନେସ, ପରମିଟ, ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଅନ୍ୟ ସମସ୍ତ ପ୍ରକାରର ଡ୍ୟକୁମେଣ୍ଟ ବୈଧ ବୋଲି ଧରାଯିବ। ପୂର୍ବରୁ କେନ୍ଦ୍ର ସରକାର ସେପ୍ଟେମ୍ବର ୩୦ ଯାଏ କାଗଜପତ୍ରର ଅବଧିକୁ ବୃଦ୍ଧି କରିଥିଲେ।

ମତାମତ ଦିଅନ୍ତୁ ।