୩୧ ଯାଏ ପୁରୀ ସ୍ଵର୍ଗଦ୍ୱାରରେ ବାହାର ଲୋକଙ୍କ ଶବସତ୍କାର ମନା

ପୁରୀ : ଅକ୍ଟୋବର ୩୧ ପର୍ଯ୍ୟନ୍ତ ପୁରୀ ସ୍ଵର୍ଗଦ୍ୱାରରେ ବାହାର ଜିଲ୍ଲାର ଶବସତ୍କାର କରାଯାଇପାରିବନି। କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ସେହିପରି ପୁରୀ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ମଧ୍ୟ ଏହି ତାରିଖ ଯାଏ କଟକଣା ରହିବ।କିନ୍ତୁ କୋଭିଡ ନିୟମ ଅନୁସାରେ ପୁରୀ ଜିଲ୍ଲାବାସୀ ସ୍ଵର୍ଗଦ୍ୱାରଠାରେ ଶବଦାହ ସହ ସମୁଦ୍ରରେ ଅସ୍ଥି ବିସର୍ଜନ କରିପାରିବେ। ସେଥିପାଇଁ ବାହାର ଜିଲ୍ଲା ଓ ରାଜ୍ୟର ଶବାଧାର ଉପରେ ନଜର ରଖିବାକୁ ସଂପୃକ୍ତ ତହସିଲଦାର ଓ ଆଇଆଇସି ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।