୩୧ ଜୁଲାଇ ସୁଦ୍ଧା ବାହାରିବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ଵର : ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି। କିପରି ମୂଲ୍ୟାୟନ ହେବ, ଛାତ୍ରଛାତ୍ରୀଙ୍କୁ କେଉଁ ଆଧାରରେ ନମ୍ବର ଦିଆଯିବ ସୁପ୍ରିମକୋର୍ଟଙ୍କୁ ଜଣାଇଥିବା ବେଳେ ଜୁଲାଇ ୩୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି ।

ଖବର ଅନୁଯାୟୀ ଦଶମ, ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ଆଧାରରେ ନମ୍ବର ଦିଆଯିବ। ଦଶମ ପରୀକ୍ଷା ଫଳକୁ ଦିଆଯିବ ୩୦ ପ୍ରତିଶତ ୱେଟେଜ୍। ଦଶମରେ ସର୍ବାଧିକ ନମ୍ବର ରଖିଥିବା ୩ଟି ବିଷୟକୁ ଆଧାର କରାଯିବ। ସେହିପରି ଏକାଦଶ ପରୀକ୍ଷା ଫଳ ୩୦ ପ୍ରତିଶତ ଓ ଦ୍ଵାଦଶ ପ୍ରି-ବୋର୍ଡ ପରୀକ୍ଷାକୁ ଦିଆଯିବ ୪୦ ପ୍ରତିଶତ ୱେଟେଜ୍। ଦ୍ୱାଦଶ ଶ୍ରେଣୀର ୟୁନିଟ, ଟର୍ମ ଓ ପ୍ରାକ୍ଟିକାଲ୍ ପରୀକ୍ଷା ଆଧାର ହେବ। ପ୍ରତ୍ୟେକ ସ୍କୁଲ ଏକ ରେଜଲ୍ଟ କମିଟି ଗଠନ କରିବେ। ସ୍କୁଲ ଦେଇଥିବା ମାର୍କକୁ ଅନୁଧ୍ୟାନ କରିବ ମଡରେସନ୍ କମିଟି। ସ୍ଥିତିରେ ସୁଧାର ଆସିଲେ ପୁଣିଥରେ ଅସନ୍ତୁଷ୍ଟ ଛାତ୍ର/ଛାତ୍ରୀ ପରୀକ୍ଷା ଦେଇପାରିବେ।

ବିଗତ ବର୍ଷଗୁଡିକରେ ସଂପୃକ୍ତ ସ୍କୁଲ କିପରି ରେଜଲ୍ଟ କରିଛି ଛାତ୍ରଛାତ୍ରୀମାନେ କେତେ ପ୍ରତିଶତ ମାର୍କ ରଖି ଆସିଛନ୍ତି ତାକୁ ନଜରରେ ରଖାଯିବ। ମଡରେସନ୍ କମିଟି ଏସବୁ ଉପରେ ଧ୍ୟାନ ଦେବ। ସ୍କୁଲର ରେଜଲ୍ଟ କମିଟି ଛାତ୍ର/ଛାତ୍ରୀଙ୍କୁ ସଠିକ୍ ଓ ନିରପେକ୍ଷ ଭାବେ ନମ୍ବର ଦେଇଛି କି ନାହିଁ ତାକୁ କମିଟି ଅନୁଧ୍ୟାନ କରିବ।

ଆଟର୍ଣ୍ଣିଂ ଜେନେରାଲ କେ କେ ଭେନୁଗୋପାଳ ମୂଲ୍ୟାୟନର ସଂପୂର୍ଣ୍ଣ ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ସିବିଏସଇର ମୂଲ୍ୟାୟନ ପଦ୍ଧତିକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସୁପ୍ରମିକୋର୍ଟ ଏହାକୁ ଗ୍ରହଣ କରିଛନ୍ତି। ୪ ଜୁନରେ ସିବିଏସଇ ୧୩ ସଦସ୍ୟ ବିଶିଷ୍ଟ ବିଶେଷଜ୍ଞ କମିଟି ଗଠନ କରିଥିଲା। ବିଭିନ୍ନ ପ୍ରସ୍ତାବକୁ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ ପାଇଁ କମିଟି ଦଶଦିନ ସମୟ ନେଇଥିଲା। କିନ୍ତୁ ସିବିଏସଆଇ ମୂଲ୍ୟାୟନ ପଦ୍ଧତିରେ ଯେଉଁମାନେ ଯୋଗ୍ୟ ହେବେ ନାହିଁ ସେମାନଙ୍କୁ ଏସେନ୍ସିଆଲ ରିପିଟ ବା କମ୍ପାଟମେଂଟ କାଟାଗୋରିକୁ ପଠାଇ ଦିଆଯିବ।

ସମ୍ବନ୍ଧିତ ଖବର
between image and heading

Comments are closed.