୩୧୦ ଗ୍ରାମ ବ୍ରାଉନସୁଗର ଜବତ : ୨ ଗିରଫ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବ୍ରାଉନସୁଗର କାରବାର କରୁଥିବା ଦୁଇଜଣଙ୍କୁ ଗିରଫ। ସେମାନଙ୍କ ନିକଟରୁ ୩୧୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଅଧିକ ହେବ। ତେବେ ଏହି କାରବାରର ମୁଖ୍ୟ ଅଭିଯୁକ୍ତ ତପନ ମଲ୍ଲିକ ଖସି ପଳାଇବାକୁ ସକ୍ଷମ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଏକ ନମ୍ବର ବିହୀନ ଆପାଚୀ ମୋଟର ସାଇକେଲରେ ୩ ଜଣ ଯୁବକ ଜଳେଶ୍ଵରରୁ ବ୍ରାଉନସୁଗର ନେଇ ଭଦ୍ରକ ଆସୁଥିଲେ। ଗ୍ରାମାଞ୍ଚଳ ପୋଲିସ ଏ ସମ୍ପର୍କରେ ସୂଚନା ପାଇ ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଦୁଇଜଣଙ୍କୁ ଧରିଥିଲେ। କିନ୍ତୁ ତପନ ଗାଡି ଛାଡି ଦଉଡି ପଳାଇଯାଇଥିଲା। ଗିରଫ ଦୁଇଜଣ ହେଲେ ବାଂଶଡା ଥାନା ମାଣିପୁର ଗାଁର ଶ୍ରୀକାନ୍ତ ଦାସ ଓ ତିହିଡି ଥାନା ଜିଝାରପୁର ଅଞ୍ଚଳର ସଞ୍ଜୟ ମଲ୍ଲିକ।

Leave a Reply

Your email address will not be published. Required fields are marked *

Back to top button