୩୧ ତମ ପିକକ୍ ଶିଶୁମେଳା ଉଦଯାପିତ

ଭୁବନେଶ୍ଵର : ଡିଜିଟାଲ ମଞ୍ଚରେ ସାତଦିନ ଧରି ଚାଲିଥିବା ୩୧ ତମ ପିକକ୍ ଶିଶୁମେଳାର ଆଜି ଉଦଯାପିତ ହୋଇଛି।

ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ପିପୁଲସ କଲଚରାଲ ସେଣ୍ଟର (ପିକକ୍) ଶିଶୁମେଳାର ଉଦଯାପନୀ ଦିବସରେ ଓଡିଶା ହାଇକୋର୍ଟର ପୂର୍ବତନ ମାନ୍ୟବର ବିଚାରପତି ବିରକିଶୋର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଲେ ପିଲାମାନେ ସ୍ୱପ୍ନ ଦେଖିବା ସହିତ ସେଇ ସ୍ୱପ୍ନକୁ ସାକାର କରିବା ପାଇଁ ଉଦ୍ୟମ କରିବା ଉଚିତ୍। ସମ୍ବାଦର ସମ୍ପାଦକ ତଥା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ ପିତାମାତାଙ୍କ ପ୍ରତି କୃତଜ୍ଞ ରହିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।

ଚଳଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ ପିଲାମାନଙ୍କ ଉପଯୁକ୍ତ ପୋଷଣ ଓ ଲାଳନ ପାଳନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜ୍ୟ ଭିନ୍ନକ୍ଷମ ଆୟୋଗର କମିଶନର ସୁଲୋଚନା ଦାଶ କହିଲେପିଲାମାନଙ୍କୁ କରୋନା ସମୟରେ ସୁରକ୍ଷିତ ରଖିବା ସହିତ ସେମାନଙ୍କ ଅନ୍ତର୍ନିହିତ ଗୁଣାର ବିକାଶ ପାଇଁ ପିତାମାତାମାନେ ଯତ୍ନବାନ ହେବା ଉଚିତ୍‍। ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କୋଭିଡ ପରିସ୍ଥିତିରେ ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ।

ଶିଶୁମେଳା କମିଟିର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବ ରେ ପିକକ୍ ର ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ସ୍ଵାଗତ ଭାଷଣ ଦେଇଥିଲେ। ପିକକର ଅଧକ୍ଷା ମିନାକ୍ଷୀ ପଣ୍ଡା କୋଭିଡ ପରବର୍ତ୍ତି ସମୟରେ ଶିଶୁମାନଙ୍କ ସୁରକ୍ଷାକୁ ନେଇ ବିସ୍ତ୍ରୁତ ଯୋଜନାର ଆବଶ୍ୟକତା ଅଛି ବୋଲି କହିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ପିକକର କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି। ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାବାନ ଶିଶୁଙ୍କୁ ସମ୍ମାନିତ କରଯାଇଥିଲା।

ମତାମତ ଦିଅନ୍ତୁ ।