୩୩ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଭଦ୍ରକ : ଭଦ୍ରକ-ଚାନ୍ଦବାଲି ରାସ୍ତା କାରମେଲ ସ୍କୁଲ ନିକଟରୁ ୩୩୦ ଗ୍ରାମ ଓଜନର ବ୍ରାଉନସୁଗର ଜବତ ହୋଇଛି। ଏହି ଘଟଣାରେ ଭଦ୍ରକ ପୁରୁଣାବଜାର ପୋଲିସ ମନୋରଞ୍ଜନ ମଳିକଙ୍କୁ ଗିରଫ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ପୋଲିସକୁ ଖବର ମିଳିଥିଲା ଜଳେଶ୍ଵର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଜଣେ ବ୍ୟକ୍ତି ଭଦ୍ରକ ଆସୁଛନ୍ତି। ପୁରୁଣାବଜାର ପୋଲିସ ଏହି ସୂଚନା ପାଇ କାରମେଲ ସ୍କୁଲ ନିକଟରେ ବାସୁଦେବପୁର କୁସୁନିବିନ୍ଧା ଅଞ୍ଚଳର ମନୋରଞ୍ଜନ ମଳିକଙ୍କ ବାଇକକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚବେଳେ ତାଙ୍କ ନିକଟରୁ ୩୩୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ତେବେ ପୋଲିସ ଜଳେଶ୍ଵର ଲିଙ୍କ୍ ଖୋଜୁଥିବାରୁ ବେପାରୀଙ୍କ ବିଷୟରେ ସୂଚନା ଦେଇନାହିଁ। ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button