୩୪ ତମ ଜନ୍ମଦିନ ପାଳିଲେ ଅଭିନେତ୍ରୀ ଶ୍ରଦ୍ଧା କପୁର

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କର ଆଜି ଜନ୍ମଦିନ। ସେ ପାଳନ କରୁଛନ୍ତି ୩୪ ତମ ଜନ୍ମଦିନ। ବଲିଉଡରେ ଶ୍ରଦ୍ଧା ପିତା ଶକ୍ତି କପୁରଙ୍କ ଝିଅ ଭାବେ ପରିଚିତ ନୁହଁନ୍ତି। ଜଣେ ଅଭିନେତ୍ରୀ ଭାବରେ ଶ୍ରଦ୍ଧା ନିଜର ପରିଚୟ ସୃଷ୍ଟି କରିଛନ୍ତି। ଅଭିନୟ ସହିତ ଶ୍ରଦ୍ଧା ଭଲ ଗୀତ ମଧ୍ୟ ଗାଇ ପାରନ୍ତି।

ଶ୍ରଦ୍ଧାଙ୍କୁ ଫେସବୁକ୍ ମାଧ୍ୟମରେ ଏକ ବଡ଼ ଫିଲ୍ମର ଅଫର ମିଳିଥିଲା ବୋଲି ଶ୍ରଦ୍ଧା ଏକ ଇଣ୍ଟରଭ୍ୟୁରେ ଶ୍ରଦ୍ଧା କହିଥିଲେ। ଦିନେ ଫିଲ୍ମ ନିର୍ମାତା ଅମ୍ବିକା ହିନ୍ଦୁଜା ଫେସବୁକରେ ଫଟୋ ଦେଖି ତାଙ୍କ ସହ ଯୋଗାଯୋଗ କରିଥିଲେ। ଶ୍ରଦ୍ଧାଙ୍କୁ ତାଙ୍କ ପ୍ରଥମ ଫିଲ୍ମ ‘ତିନ୍ ପତି’ (୨୦୧୦)ରେ ମିଲିଥିଲା ସୁଯୋଗ। ଏହି ଫିଲ୍ମରେ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଥିଲେ। କିନ୍ତୁ ଫିଲ୍ମଟି ଫ୍ଲପ୍ ହୋଇଥିଲା। ଏହି ଫିଲ୍ମରେ ଶ୍ରଦ୍ଧା ଅପର୍ନା ଖାନ୍ନା ଚରିତ୍ରରେ ଅଭିନୟ କରିଥିଲେ।

୨୦୧୦ରେ ବଲିଉଡରେ ଡେବ୍ୟୁ କରିଥିଲେ ଶ୍ରଦ୍ଧା। ୧୬ ବର୍ଷ ବୟସର ହୋଇଥିବା ବେଳେ ତାଙ୍କୁ ସଲମାନ ଖାନଙ୍କ ସହ ଏକ ଫିଲ୍ମ ଅଫର ମିଳିଥିଲା। ହେଲେ ଶ୍ରଦ୍ଧା କାମ କରିବାକୁ ମନା କରି ଦେଇଥିଲେ। ପରେ ୨୩ ବର୍ଷ ବୟସରେ ଶ୍ରଦ୍ଧା ଫିଲ୍ମ ‘ତିନ୍ ପତି’ରେ ଅଭିନୟ କରିଥିଲେ। ଶ୍ରଦ୍ଧା କହିଛନ୍ତି ସବୁବେଳେ ଜଣେ ଭଲ ଆଭିନେତ୍ରୀ ହେବାକୁ ସେ ଚାହୁଁଥିଲେ କିନ୍ତୁ ପାଠ ପଢା ପାଇଁ ଏଥିରେ ତତ୍ପର ହୋଇନଥିଲେ।

ଫିଲ୍ମ ‘ତିନ୍ ପତି’ ପରେ ତାଙ୍କର ପରବର୍ତ୍ତୀ ଫିଲ୍ମ ଥିଲା ‘ଲଭ୍ କା ଦି ଏଣ୍ଡ୍’। ଯେଉଁଥିରେ ଶ୍ରଦ୍ଧା ଜଣେ କଲେଜ୍ ଷ୍ଟୁଡେଣ୍ଟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ସଫଳ ହୋଇପାରି ନଥିଲା। ୨୦୧୩ରେ ‘ଆଶିକୀ ୨’ରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିବା ଶ୍ରଦ୍ଧାଙ୍କୁ ଏକ ବ୍ଲକବଷ୍ଟର ଫିଲ୍ମ ମିଳିଥିଲା। ଏହି ଫିଲ୍ମଟି ଶହେ କୋଟି ଟଙ୍କାରୁ ଅଧିକ ଆୟ କରିଥିଲା। ‘ଆଶିକୀ ୨’ ସଫଳତା ପରେ ଶ୍ରଦ୍ଧା ଆଉ ପଛକୁ ଚାହିଁ ନଥିଲେ। ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ କ୍ୟାରିଅର୍ ୧୦ ବର୍ଷ ହୋଇସାରିଛି। ସେ ବଲିଉଡର ଜଣେ ପ୍ରମୁଖ ହିରୋଇନ୍ ହୋଇପାରିଛନ୍ତି। ଏହା ପରେ ‘ଏକ ଭିଲେନ୍’, ‘ହୈଦର’, ‘ଏବିସିଡି ୨’, ‘ବାଘୀ’, ‘ବାଘୀ ୩’, ‘ହାଫ୍ ଗର୍ଲ ଫ୍ରେଣ୍ଡ ଔର ସ୍ତ୍ରୀ’, ‘ସାହୋ’ ଭଳି ହିଟ୍ ଫିଲ୍ମରେ ଶ୍ରଦ୍ଧା ଅଭିନୟ କରିଛନ୍ତି।

କେବଳ ସେତିକି ନୁହେଁ ‘ଏକ ଭିଲେନ୍’ ଫିଲ୍ମରେ ଶ୍ରଦ୍ଧା ସୁପରହିଟ୍ ଗୀତ ‘ତେରୀ ଗାଲିଆନ୍’ ମଧ୍ୟ ଗାଇଥିଲେ। ବାସ୍ତବରେ ଶ୍ରଦ୍ଧାଙ୍କ ମା’ ଜଣେ ଭଲ ଗାୟୀକା। ତାଙ୍କ ଠାରୁ ସେ ଗାଇବାକୁ ପ୍ରେରଣା ପାଇଥିଲେ। ଖୁବ୍ କମ୍ ଲୋକ ଜାଣନ୍ତି ତାଙ୍କର ଲତା ମଙ୍ଗେଶକରଙ୍କ ସହିତ ଏକ ବିଶେଷ ସଂଯୋଗ ରହିଛି। ଶ୍ରଦ୍ଧା କପୁର ସଂପର୍କରେ ଲତା ମଙ୍ଗେଶକରଙ୍କ ନାତୁଣୀ ହେବେ। ବାସ୍ତବରେ ଶ୍ରଦ୍ଧା କପୁରଙ୍କ ଜେଜେବାପା ଅର୍ଥାତ୍ ଶକ୍ତି କପୁରଙ୍କ ପିତା ଲତା ମଙ୍ଗେଶକରଙ୍କ ସମ୍ପର୍କୀୟ ଥିଲେ। ଏହି ସମ୍ପର୍କ ଅନୁଯାୟୀ ଲତା ମଙ୍ଗେଶକର ଶ୍ରଦ୍ଧା କପୁରଙ୍କ ଜେଜେମା ହେବେ। ଶ୍ରଦ୍ଧା କପୁର ତାଙ୍କ ଗୀତ ଗାଇବାର ଟିପ୍ସ ମଧ୍ୟ ଜେଜେମା ଲତା ମଙ୍ଗେଶକରଙ୍କ ପାଖରୁ ନେଇଛନ୍ତି।

ଶ୍ରଦ୍ଧାଙ୍କ ପିତା ଶକ୍ତି କପୁର ବଲିଉଡର ଟପ୍ ମୋଷ୍ଟ ଭିଲେନ୍ ମାନଙ୍କ ମଧ୍ୟରୁ ଜଣେ। ସେ ଅଭିନେତ୍ରୀ ପଦ୍ମିନୀ କୋଲହାପୁରେଙ୍କ ଭଉଣୀ ଶିବାଙ୍ଗୀ କୋଲହାପୁରେଙ୍କୁ ବିବାହ କରିଥିଲେ। ଶ୍ରଦ୍ଧା ତାଙ୍କ ମା’ ଶିବାଙ୍ଗୀ କୋଲହାପୁରେଙ୍କ ପରି ଜଣେ ମରାଠୀ ବୋଲି ଭାବନ୍ତି। ଶ୍ରଦ୍ଧା କପୁରଙ୍କର ଜଣେ ବଡ଼ ଭାଇ ସିଦ୍ଧାନ୍ତ କପୁର ଅଛନ୍ତି। ଶ୍ରଦ୍ଧାଙ୍କ ପାଠପଢା ବମ୍ବେର ଆମେରିକୀୟ ସ୍କୁଲରେ ହୋଇଥିଲା। ପରବର୍ତ୍ତୀ ପାଠପଢା ପାଇଁ ସେ ବୋଷ୍ଟନ ଯାଇଥିଲେ।

ଶ୍ରଦ୍ଧା ଖୁବ୍ ଶୀଘ୍ର ନାଗିନ୍ ଭୂମିକାରେ ନଜର ଆସିବେ। ନିଖିଲ ଦ୍ୱିବେଦୀଙ୍କ ଫିଲ୍ମରେ ସେ ହେବେ ଏକ ଇଚ୍ଛାଧାରୀ ନାଗିନ୍। ଏହି ଫିଲ୍ମକୁ ବିଶାଲ ଫୁରିଆ ନିର୍ଦ୍ଦେଶନା ଦେଉଥିବା ବେଳେ ନିଖିଲ ଦ୍ୱିବେଦୀ ପ୍ରଯୋଜନା କରୁଛନ୍ତି। ଏହା ଏକ ଲଭ୍ ଷ୍ଟୋରୀ ଫିଲ୍ମ ହେବ। ଏହାଛଡା ଶ୍ରଦ୍ଧାଙ୍କୁ ରଣବୀର କପୁର ଲଭ୍ ରଂଜନଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ଦେଖିବାକୁ ମିଳିବ। ବହୁ ପ୍ରତୀକ୍ଷିତ ଫିଲ୍ମ ୧୮ ମାର୍ଚ୍ଚ ୨୦୨୨ ହୋଲି ଅବସରରେ ରିଲିଜ୍ ହେବ। ଏହି ଏହି ଫିଲ୍ମରେ ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଯୋଡି ପ୍ରଥମ ଥର ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *

Back to top button