Breaking Newsରାଜ୍ୟ

୩ରେ ଖୋଲିବ ମା’ ଶାରଳା ଓ ଗୋରେଖନାଥ ମନ୍ଦିର

ଜଗତସିଂହପୁର : ଆସନ୍ତା ଜାନୁଆରୀ ୩ରେ ମା’ ଶାରଳା ଓ ଗୋରେଖନାଥ ମନ୍ଦିର ଖୋଲିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି। କିନ୍ତୁ ଦର୍ଶନ ପୂର୍ବରୁ ପରିଚୟ ପତ୍ର ଓ ବୟସ ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି।

ପ୍ରତିଦିନ ସକାଳ ୮ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ୫୦୦ ଭକ୍ତଙ୍କ ଦର୍ଶନ ଅନୁମତି ରହିଛି। ୬୫ ବର୍ଷରୁ ଉର୍ଦ୍ଧ୍ଵ ଓ ୧୦ ବର୍ଷରୁ କମ ବୟସ୍କଙ୍କୁ ଦର୍ଶନ ସୁଯୋଗ ମିଳିବନି। ମକର ସଂକ୍ରାନ୍ତି ଦିନ ଉଭୟ ମନ୍ଦିର ବନ୍ଦ ରହିବ। ସେହିପରି ପ୍ରତ୍ୟେକ ଦର୍ଶନାର୍ଥୀଙ୍କ ପାଇଁ ଥର୍ମାଲ ସ୍କାନିଂ, ସାନିଟାଇଜ, ମାସ୍କ ପରିଧାନ ଓ ସାମାଜିକ ଦୂରତା ବାଧ୍ୟତା ମୂଳକ କରାଯାଇଛି। ଜିଲ୍ଲା ବାହାରର ଦର୍ଶନାର୍ଥୀଙ୍କୁ ୫ ଦିନ ମଧ୍ୟର କୋଭିଡ ଟେଷ୍ଟ ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ।

ମତାମତ ଦିଅନ୍ତୁ ।

Back to top button