Breaking Newsରାଜ୍ୟ

୩ଟି ସ୍କୁଲର ୧୯ ଛାତ୍ରଛାତ୍ରୀଙ୍କୁ କରୋନା

ଲଇକେରା : ରାଜ୍ୟରେ ୮ ତାରିଖରେ ସ୍କୁଲ ଖୋଲିଛି। କୋଭିଡ ଗାଇଡ଼ ଲାଇନର ଅନୁପାଳନ କରାଯାଇ ଦଶମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି। ହେଲେ ସୁନ୍ଦରଗଡ଼ ଜିଲ୍ଲା ଲଇକେରା ବ୍ଲକର ୩ଟି ସ୍କୁଲରେ ୧୯ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଲଇକେରା ବ୍ଲକରେ ସରକାରୀ ଓ ବେସରକାରୀ ୧୩ଟି ହାଇସ୍କୁଲ ରହିଛି। ପାଠପଢା ଆରମ୍ଭ ହୋଇଥିବାରୁ ବିଦ୍ୟାଳୟରେ ଉପସ୍ଥାନ ବଢ଼ିଛି। ହେଲେ କରୋନା ପରୀକ୍ଷାରୁ ଜେଓ ସରକାରୀ ହାଇସ୍କୁଲ ସାହାସପୁରର ୯ ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିପରି କେଜିପି ସରକାରୀ ହାଇସ୍କୁଲ ସାଲେଟିକିରାରେ ୨ ଜଣ ଓ ହେମସାଗର ହାଇସ୍କୁଲ ପାକେଲଖୋଲରେ ୮ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ଏବେ ଶିକ୍ଷକ ଓ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି।

ମତାମତ ଦିଅନ୍ତୁ ।

Back to top button