୪ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ : ଦୁଇ ବରଖାସ୍ତ

0

ଭୁବନେଶ୍ଵର : ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି। ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରି ଆସୁଛନ୍ତି। ସେହି କ୍ରମରେ ରାଜ୍ୟ ସରକାର ଆଜି ୪ ଜଣ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁଇ ଜଣଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବା ବେଳେ ଆଉ ଦୁଇଜଣଙ୍କର ବନ୍ଦ ପେନସନ ହୋଇଛି।

ବର୍ତ୍ତମାନ ମୟୁରଭଂଜ ଜିଲ୍ଲାର ଖୁଣ୍ଟା ଜିଲ୍ଲାରେ କାର୍ଯ୍ୟରତ ତଥା ବଲାଙ୍ଗୀରର ଟିଟିଲାଗଡ ବ୍ଲକ୍ର ପୂର୍ବତନ ଏସଇଓ ବଳରାମ ସୁନା ଏବଂ ମହିଳା ଓ ଶିଶୁବିକାଶ ବିଭାଗର ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ କାର୍ଯ୍ୟରତ ଷ୍ଟାଟିଷ୍ଟିକ୍ସ ଆସିସଷ୍ଟାଣ୍ଟ ବସନ୍ତ କୁମାର ସାହୁଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରୀରୁ ବରଖାସ୍ତ କରାଯାଇଛି। ସେହିପରି ଭୁବନେଶ୍ଵର ଜିଇଡିର ଏକ୍ସ-ଡିଜିଏମ ଇଲେକ୍ଟ୍ରିକାଲ ଦାମୋଦର ଦାସ
ଓ ଅବସରପ୍ରାପ୍ତ ପୋଲିସ ଏ.ଏସ୍‌.ଆଇ ଏମ୍‌. ଜଗନ୍ନାଥ ରାଓଙ୍କର ପେନ୍‌ସନ ଏବଂ ପେନ୍‌ସନଜନିତ ସୁବିଧାକୁ ସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଦୁର୍ନୀତି ଅଭିଯୋଗରେ ଏହି ଦୁଇ ଅଧିକାରୀ ଅଦାଲତ ଦ୍ଵାରା ଅଭିଯୁକ୍ତ ହୋଇଥିଲେ। ଏହି ଚାରିଜଣଙ୍କୁ ମିଶାଇ ବର୍ଷକ ମଧ୍ୟରେ ଏପର୍ଯ୍ୟନ୍ତ ୧୧୭ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇସାରିଛି।

Leave A Reply

Your email address will not be published.