୪ ଡକାୟତଙ୍କୁ ଧରିଲା ଡେଲାଙ୍ଗ ପୋଲିସ

ପିପିଲି : ଦୀର୍ଘ ଦଶ ବର୍ଷରୁ ଅଧିକ ହେବ ସତ୍ୟବାଦୀ, ଡେଲାଙ୍ଗ ଓ ପିପିଲି ଅଂଚଳରେ ଡକାୟତି କରିଆସୁଥିବା ୪ ଜଣଙ୍କୁ ଆଜି ପିପିଲି ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ବିପୁଳ ପରିମାଣର ସୁନା ରୁପା ଓ ଟଙ୍କା  ଜବତ କରାଯାଇଥିବା ବେଳେ ଅଧିକ ପଚାର ଉଚୁରା ଜାରି ରହିଛି। ଏହି ଡକାୟତମାନେ ଗାଁ ଗହଳିର ଲୋକମାନଙ୍କ ଘରୁ ଲୁଟକରୁଥିବା ସୁନା ଅଳଙ୍କାରକୁ ପୁରୀର ଏକ ଦୋକାନରେ ଦେଉଥିଲେ। ସେଥିପାଇଁ ଉକ୍ତ ବ୍ୟବସାୟୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।