୪ ହଜାର ମହିଳାଙ୍କ ସହ ସମ୍ପର୍କ : ଶେଷପତ୍ନୀ ବିଷ ଦେଇଦେଲେ

ଟୋକିଓ : ଏକାଧିକ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାର ବିଚିତ୍ର ମାନସିକତା। ଗୋଟିଏ କିମ୍ବା ଯୋଡିଏ ନୁହେଁ ୪ ହଜାରରୁ ଅଧିକ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ଜାପାନର କୋଟିପତି ଡନ୍ ଜୁଆନ। ଏହି କାମୁକ ବ୍ୟକ୍ତିଙ୍କର ମୃତ୍ୟୁର କାରଣ ହେଲେ ଶେଷପତ୍ନୀ ଅର୍ଥାତ ୨୫ ବର୍ଷୀୟା ଯୁବତୀ ସୁଡୋ। ବିବାହର ୩ ମାସ ପରେ ଡନଙ୍କୁ ବିଷ ଦେଇ ସେ ହତ୍ୟା କରିଥିଲେ।

ଖବର ଅନୁସାରେ ଡନ୍ ଜୁଆନ ଓରଫ କୋସୁକେ ନୋଜାକି ଜାପାନର ଜଣେ ବିଶିଷ୍ଟ କୋଟିପତି। ତାଙ୍କର ରିଅଲ ଇଷ୍ଟେଟ୍ ଓ ମଦ ବ୍ୟବସାୟ ଥିଲା। ୩ ବର୍ଷ ତଳେ ଏହି ୭୭ ବର୍ଷୀୟ କୋଟିପତିଙ୍କର ହଠାତ ମୃତ୍ୟୁ ହୋଇଥିଲା। ବିଷକ୍ରିୟାଜନିତ ମୃତ୍ୟୁ ବୋଲି ପୋଷ୍ଟମଟର୍ମ ରିପୋର୍ଟରେ ଜଣାପଡିଥିଲା।

ପୋଲିସ କହିଛି ସୁଡୋ ହିଁ ଡନଙ୍କୁ ବିଷ ଦେଇ ମାରିଥିଲେ। କିନ୍ତୁ ସେ କାହିଁକି ହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ। ଅନୁମାନ କରାଯାଉଛି ସମ୍ପତ୍ତି ପାଇଁ ସେ ଏପରି କରିଥାଇପାରନ୍ତି। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ ସୁଡୋ ବିବାହ କରିଥିବା ନିଜ ଘର ଲୋକମାନଙ୍କୁ ଜଣାଇନଥିଲେ। ସେ ଡନଙ୍କୁ ଗୋପନରେ ବିବାହ କରିଥିଲେ। ଷ୍ଟକ୍ ଟ୍ରେଡିଂ କରି ଅଧିକ ଅର୍ଥ ରୋଜଗାର କରୁଥିବା ଘର ଲୋକଙ୍କୁ କହିଥିଲେ।

ଅନ୍ୟପକ୍ଷରେ ୨୦୧୬ରେ ଡନଙ୍କର ଅଟୋ ବାୟୋଗ୍ରାଫି ଆସିଥିଲା। ଏଥିରେ ସେ ୪୦୦୦ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଦାବି କରିଥିଲେ। ସେହି ମହିଳାମାନଙ୍କୁ ଦେଇଥିଲେ ଲକ୍ଷାଧିକ ଟଙ୍କା। ସେ ନିଜକୁ ସ୍ପାନିଶ୍ ପ୍ଲେବୟ ଭାବେ ଦେଖୁଥିଲେ। ତାଙ୍କର ମୃତ୍ୟୁ ଥିଲା ରହସ୍ୟମୟ। ମରିବା ପୂର୍ବରୁ ସେ ପତ୍ନୀ ସୁଡୋଙ୍କ ସହ ରାତ୍ରିଭୋଜନ କରୁଥିଲେ ବୋଲି ସୂଚନା ରହିଛି।

Leave a Reply

Your email address will not be published. Required fields are marked *

Back to top button