୪ ଜଣଙ୍କୁ ନେଇ ଚାଲୁଛି କଂଗ୍ରେସ : ସମ୍ବିତ ପାତ୍ର

ନୂଆଦିଲ୍ଲୀ : ମୌଳବାଦୀ ଦଳମାନଙ୍କ ସହ ନିର୍ବାଚନ ମେଣ୍ଟକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ସେ କହିଛନ୍ତି କଂଗ୍ରେସ ସୁବିଧାବାଦୀ ରାଜନୀତି କରୁଛି। ମହାରାଷ୍ଟ୍ରରେ ଶିବସେନା ସହିତ କଂଗ୍ରେସ ମେଣ୍ଟ ସରକାର ଚଳାଇଥିବା ବେଳେ ପଶ୍ଚିମବଙ୍ଗରେ ଇଣ୍ଡିଆନ୍ ସେକ୍ୟୁଲାର୍ ଫ୍ରଣ୍ଟ, କେରଳର ୱେଲଫେୟାର ପାର୍ଟି ଓ ଆସାମରେ ଥିବା ଏଆଇୟୁଡିଏଫ ସହ ମେଣ୍ଟ କରିଛି।

ସମ୍ବିତ୍‌ କହିଛନ୍ତି ନିର୍ବାଚନ ​​ଜିତି ଭଲ ଶାସନ ଦେବା ନୁହେଁ ବରଂ ଗାନ୍ଧୀ ପରିବାରର ପ୍ରାସଙ୍ଗିକତା ବଜାୟ ରଖିବା କଂଗ୍ରେସର ଉଦ୍ଦେଶ୍ୟ। ତାମିଲନାଡୁରେ ରାହୁଲ ଗାନ୍ଧୀଙ୍କ ପୁସ୍-ଅପ୍‌କୁ ନିନ୍ଦା କରି ସେ କହିଛନ୍ତି ରାହୁଲ ଗାନ୍ଧୀ ଯେତେ ଦଣ୍ଡ, ବ୍ୟାୟାମ୍‌ କଲେ ମଧ୍ୟ କୌଣସି ସୁଫଳ ମିଳିବନି। କଂଗ୍ରେସ ଦଳ ଦେଶରୁ ଡୁବିଯାଇଛି। ବର୍ତ୍ତମାନ ପୁଣିଥରେ ମୁଣ୍ଡଟେକି ଛିଡାହେବାକୁ ସକ୍ଷମ ନୁହେଁ।

ବେଙ୍ଗଲରେ ଅବଦୁଲ ସିଦ୍ଦିକିଙ୍କ ଇଣ୍ଡିଆନ୍ ସେକ୍ୟୁଲାର୍ ଫ୍ରଣ୍ଟ ସହିତ କଂଗ୍ରେସର ମେଣ୍ଟକୁ ନେଇ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ ଓ ଆନନ୍ଦ ଶର୍ମାଙ୍କୁ ଟାର୍ଗେଟ୍‌ କରିଛନ୍ତି ସମ୍ବିତ ପାତ୍ର। ସେ କହିଛନ୍ତି ଏହା ଦ୍ଵାରା କଂଗ୍ରେସ ଦଳ ଭିତରେ ଅଡୁଆ ସୃଷ୍ଟି ହୋଇଛି। କେରଳର ୱେଲଫେୟାର ପାର୍ଟି ଅଫ୍‌ ଇଣ୍ଡିଆ ହେଉଛି ଜମାତ-ଇ-ଇସଲାମୀର ସଂଗଠନ। ଆସାମରେ ଦେଶ ବିରୋଧୀ କାର୍ଯ୍ୟକଳାପରେ ବଦରୁଦ୍ଦିନ ଅଜମଲଙ୍କ ଏଆଇୟୁଡିଏଫ ସମ୍ପୃକ୍ତ ଥିବା ଅଭିଯୋଗରେ ଏନଆଇଏ ତଦନ୍ତ ଜାରି ରଖିଛି।

ଗୁଲାମ ନବୀ ଆଜାଦଙ୍କ ସମେତ ଜି -୨୩ ନେତାଙ୍କ ଉପରେ କଂଗ୍ରେସର ଆଭ୍ୟନ୍ତରୀଣ ଆକ୍ରମଣକୁ ସମ୍ବିତ ଦୁଃଖଦ ବୋଲି କହିଥିବା ବେଳେ କଂଗ୍ରେସ ମଧ୍ୟରେ ନିର୍ବାଚନ ଓ ଲୋକତନ୍ତ୍ର ଦାବି କରିବା ଏକ ଅପରାଧ ଅଟେ। କଂଗ୍ରେସ କେବଳ ଗୋଟିଏ ପରିବାର ୪ଜଣ (ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ରବର୍ଟ ଭଦ୍ରା)ଙ୍କ ଦଳ ହୋଇ ରହିଛି ବୋଲି ସେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button