Breaking Newsଅପରାଧ
୪ ଝିଅଙ୍କ ଗଳା କାଟି ହତ୍ୟା କଲା ମା’

ଚଣ୍ଡିଗଡ଼ : ମା’ ସାଜିଲା ହତ୍ୟାକାରୀ। ୪ ଝିଅଙ୍କ ଗଳା କାଟି ଜୀବନ ନେଇଛି। ଏହି ଅଭିଯୋଗ ଆଣିଛନ୍ତି ପିଲାମାନଙ୍କର ବାପା ତଥା ମହିଳାଙ୍କ ସ୍ଵାମୀ। ଏପରି ଅଭାବନୀୟ ଘଟଣା ହରିଆଣାର ନୁହୁ ଜିଲ୍ଲାରେ ଘଟିଛି।
ଖବର ଅନୁଯାୟୀ ହତ୍ୟା କରାଯାଇଥିବା ଝିଅମାନଙ୍କର ବୟସ ୧ ବର୍ଷରୁ ୭ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ସମସ୍ତଙ୍କର ଗଳା କଟା କରାଯାଇଥିବା ବେଳେ ଏହି କାଣ୍ଡ ଘଟାଇଛି ସେମାନଙ୍କ ମାଆ।
ଅଭିଯୁକ୍ତା ମହିଳାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। କିନ୍ତୁ ମହିଳା ନିଜେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ହସ୍ପିଟାଲ୍ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଛି। ସେ ହତ୍ୟାକାରୀ ବୋଲି ସ୍ଵାମୀ କରିଛନ୍ତି ଅଭିଯୋଗ।
ପୋଲିସ ସନ୍ଦେହ କରୁଛି ମହିଳା ଜଣକ ୪ ପିଲାଙ୍କ ଗଳା କାଟି ହତ୍ୟା କରିବା ପରେ ନିଜ ଗଳା କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ସେ ମହିଳା କାହିଁକି ଏପରି କରିଛନ୍ତି ତାହାର କୌଣସି ସୂଚନା ମିଳିନାହିଁ। ତଦନ୍ତ ଜାରି ରହିଛି।