୪୦ଲକ୍ଷ ଟଙ୍କାର ଗଞ୍ଜେଇ ଓ ୨ଟି କାର୍ ଜବତ

ଉଦଳା : ସ୍ପେଶାଲ ସ୍କ୍ୱାର୍ଡ ଓ ପୋଲିସ ମିଳିତ ଚଢଉ କରି କପ୍ତିପଦା ଥାନା କୟାଁଖୁଣ୍ଟା ଗ୍ରାମର ଗଞ୍ଜେଇ ମାଫିଆ ଶରତ ନାଏକଙ୍କୁ ଗିରଫ କରିଛି। ଏଥିସହ ୪୦ଲକ୍ଷ ଟଙ୍କାର ଗଞ୍ଜେଇ ଓ ପଶ୍ଚିମବଙ୍ଗ ନମ୍ବର ଥିବା ୨ଟି କାର୍ ଜବତ କରାଯାଇଛି।

ଖବର ଅନ୍ୟଯାୟୀ ଗୁରୁବାର ରାତିରେ ଗଞ୍ଜେଇ ମାଫିଆ ଶରତର ବାସଭବନ କୟାଁଖୁଣ୍ଟାରେ ସ୍ପେଶାଲ ସ୍କ୍ୱାର୍ଡ ଓ ପୋଲିସ ଚଢଉ କରଯାଇଥିଲା। ଏହି ସମୟରେ ଏକ କ୍ଵିଣ୍ଟାଲ ଗଞ୍ଜେଇ ସହିତ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ହୋଇଛି। ସେହିପରି ଶରତଙ୍କ ଉଦଳା ଏନଏସିର ତିନି ନମ୍ବର ୱାର୍ଡରେ ଥିବା ଭଡାଘରୁ ସାଢେ ତିନି କ୍ଵିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇକୁ ଏକ କିଲୋ ହିସାବରେ ପ୍ୟାକିଂ କରି ବିକ୍ରି କରାଯାଉଥିଲା। ଗଞ୍ଜେଇ ମାଫିଆ କୟାଁଖୁଣ୍ଟାରେ ଏକ ଆଲିଶାନ ବଙ୍ଗଳା ତିଆରି କରିଥିବା ବେଳେ ଅନ୍ୟ ଏକ ଭଙ୍ଗା ଘରେ ବଡବାକ୍ସରେ ଗଞ୍ଜେଇ ରଖି ବିକ୍ରି କରୁଥିଲେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button