୪୩ କର୍ମଚାରୀ ଓ ୬ ହଜାର ଗୋରୁ ଥିବା ଜାହାଜ ବୁଡିଗଲା

ଟୋକିଓ : ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇ ଜାପାନ ଉପକୂଳରେ ଏକ ମାଲବାହୀ ଜାହାଜ ବୁଡ଼ିଯାଇଛି। ଏହି ଜାହାଜରେ ପ୍ରାୟ ୪୦ ଜଣ କର୍ମଚାରୀ ଓ ୬ ହଜାର ଗୋରୁ ଥିଲେ। ଜାପାନୀ କୋଷ୍ଟ ଗାର୍ଡ ଜଣକୁ ଉଦ୍ଧାର କରିଥିଲେ ହେଁ ଅନ୍ୟମାନଙ୍କର ପତ୍ତା ମିଳିନାହିଁ।

ଖବର ଅନୁଯାୟୀ ଗଲ୍ଫ ଲାଇଭଷ୍ଟକ-୧ ନାମକ ଏହି ଜାହାଜଟି ଜାପାନ ଉପକୂଳରେ ଥିବା ପୂର୍ବ ଚୀନ ସାଗରରେ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇ ବୁଡ଼ିଯାଇଥିଲା। ଏଥିରେ ୪୦ କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରୁ ୩୯ ଜଣ ଫିଲିପାଇନ୍ସର ଓ ଦୁଇଜଣ ଲେଖାଏଁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆର ଥିଲେ। ଫିଲିପାଇନ୍ସର ବାସିନ୍ଦା ଏଡଓ୍ଵାର୍ଡୋ ସାରେନୋଙ୍କୁ ଉଦ୍ଧାର କରାଯାଇଛି। ସେ କହିଛନ୍ତି ଜାହାଜର ଇଂଜିନ ଖରାପ ହୋଇଜୀବ ପରେ ବାତ୍ୟାରେ ବୁଡ଼ିଯାଇଥିଲା। ଏହି ସମୟରେ ସେ ଲାଇଫ-ଜ୍ୟାକେଟ ପିନ୍ଧି ପାଣିକୁ ଡେଇଁ ପଡ଼ିଥିଲେ। କିନ୍ତୁ ଅନ୍ୟ କାହାକୁ ଦେଖିନାହାନ୍ତି।

ମତାମତ ଦିଅନ୍ତୁ ।