୪୫ ବର୍ଷରୁ ଅଧିକ ବୟସର ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ଵର : ରାଜଧାନୀର ଭୁବନେଶ୍ଵରର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ୪୫ ବର୍ଷରୁ ଉର୍ଦ୍ଧ୍ଵ ବୟସର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ କରୋନା ଟିକା ଦିଆଯିବ। ଅପ୍ରେଲ ୧ରୁ ଏହି ମେଗା ଟିକାକରଣର ଆରମ୍ଭ ହେବ। ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ବିଏମସି ପକ୍ଷରୁ ଏଭଳି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଛନ୍ତି।

ଭୁବନେଶ୍ଵରରେ ଦୈନିକ ୬ ହଜାର ଟେଷ୍ଟିଂ କରିବା ପାଇଁ ରାଜ୍ୟ ସରକାର ଟାର୍ଗେଟ ଦେଇଛନ୍ତି। କରୋନାର ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ୪୫ ବର୍ଷରୁ ଉର୍ଦ୍ଧ୍ଵ ବୟସର ଶିକ୍ଷକ ଓ ଶିକ୍ଷୟତ୍ରୀ, ଷ୍ଟ୍ରିଟ୍ ଭେଣ୍ଡର, ରେଷ୍ଟୁରାଣ୍ଟ କର୍ମଚାରୀ, ମଲ୍ କର୍ମଚାରୀ, ଇଲେକ୍ଟ୍ରି ସପ୍ଲାୟରଙ୍କର ଟିକକରଣକୁ ଗୁରୁତ୍ଵ ଦିଆଯାଇଛି। ଏମାନଙ୍କୁ ନେଇ ପାଖାପାଖି ୨୦ ହଜାରରୁ ଅଧିକ ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ସମସ୍ତଙ୍କୁ ମାସେରୁ ଦୁଇ ମାସ ମଧ୍ୟରେ ଟିକାକରଣ ପ୍ରକ୍ରିୟାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।

Leave a Reply

Your email address will not be published. Required fields are marked *

Back to top button