୪୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

0

କଟକ : କନ୍ଦରପୁର ଥାନା ନିକଟରୁ କମିସନରେଟ ପୋଲିସ ୪୦ ଗ୍ରାମରୁ ଅଧିକ ବ୍ରାଉନସୁଗର ଜବତ କରିଛି। ଏହି ଘଟଣାରେ ସେକ ରାଜା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତାର ଘର ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳରେ ବୋଲି ସୂଚନା ମିଳିଛି।

କଟକ ଡିସିପି କହିଛନ୍ତି ସେକ ରାଜା ବାଲେଶ୍ଵରରୁ ବ୍ରାଉନସୁଗାର ଆଣି କଟକ, ଜଗତସିଂହପୁର ଓ ଭୁବନେଶ୍ୱରରେ ବ୍ୟବସାୟ କରିଥାଏ। ଶନିବାର କନ୍ଦରପୁର ଥାନା ଅଞ୍ଚଳରେ ବ୍ୟବସାୟ କରିବାକୁ ଆସିଥିବା ଖବର ପାଇ ପୋଲିସ ତାକୁ ଧରିଥିଲା। ଜବତ ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

Leave A Reply

Your email address will not be published.