୪ର୍ଥ ଟେଷ୍ଟରେ ଭାରତ ଠାରୁ ହାରିଲା ଇଂଲଣ୍ଡ

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ୪ର୍ଥ ଟେଷ୍ଟରେ ଭାରତୀୟ ଖେଳାଳୀଙ୍କ ଜବରଦସ୍ତ ବୋଲିଂ ଓ ଆକର୍ଷଣୀୟ ବ୍ୟାଟିଂ ଇଂଲଣ୍ଡ ଏକ ଇନିଂସ ଓ ୨୫ରନରେ ପରାଜିତ ହୋଇଛି। ଫଳରେ ୪ଟିକିଆ ସିରିଜରେ ଭାରତ ୩-୧ରେ ହୋଇଛି ବିଜୟୀ।

ଇଂଲଣ୍ଡର ୨୦୫ ରନ୍ ଜବାବରେ ଭାରତ ପ୍ରଥମ ଇନିଂସରେ ୩୬୫ ରନରେ ଅଲଆଉଟ୍ ହୋଇ ୧୬୦ ରନର ଆଗରେ ରହିଥିଲା। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭାରତୀୟ ଦଳର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସ୍ପିନ୍ ବଳର ସମ୍ମୁଖୀନ ହୋଇପାରିନଥିଲେ। ଫଳରେ ଇଂଲଣ୍ଡ ଟିମ୍ ଦ୍ୱିତୀୟ ଇନିଂସରେ ମାତ୍ର ୧୩୫ ରନକରି ଅଲଆଉଟ୍ ହୋଇଯାଇଥିଲେ। ଅକ୍ଷର ୪୮ ରନ୍ ଦେଇ ୫ଟି ଓ ଅଶ୍ୱିନ୍ ୪୭ ରନ୍ ଦେଇ ୫ଟି ୱିକେଟ୍ ହାସଲ କରିଥିଲେ। ଇଂଲଣ୍ଡର ଡାନ୍ ଲରେନ୍ସ ସର୍ବାଧିକ ୫୦ ରନ କରିଥିଲେ।

ଭାରତୀୟ ଦଳ ଆଜି ଗତକାଲିର ସ୍କୋର ୨୯୭/୭ରୁ ଖେଳ ଆରମ୍ଭ କରିଥିଲା। ଗତକାଲି ୬୦ରନରେ ଅପରାଜିତ ଥିବା ୱାସିଂଟନ ସୁନ୍ଦର ଅକ୍ଷର ପଟେଲଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଅକ୍ଷର ପଟେଲ ୪୩ ରନ କରି ରନଆଉଟ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା ଇଶାନ୍ତ ଶର୍ମା ଓ ମହମ୍ମଦ ସିରାଜ ଶୂନ ରନରେ ଆଉଟ ହୋଇଥିଲେ। ଫଳରେ ୯୬ ରନ କରିଥିବା ସୁନ୍ଦର ଅଳ୍ପକେ ଶତକରୁ ବଂଚିତ ହୋଇଥିବ ବେଳେ ଭାରତ ନିଜର ପ୍ରଥମ ଇନିଂସରେ ୩୬୫ ରନ କରିଥିଲା।

Leave a Reply

Your email address will not be published. Required fields are marked *

Back to top button