୪ଟି ରାଫେଲ୍‌ ଜେଟ୍‌ ଖୁବଶୀଘ୍ର ଭାରତରେ ପହଞ୍ଚିବ

ନୂଆଦିଲ୍ଲୀ : ଭାରତରେ ଖୁବଶୀଘ୍ର ପହଞ୍ଚିବ ଆଉ ୪ଟି ରାଫେଲ୍ ଜେଟ। ଏହି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା ନିମନ୍ତେ ଜଣେ ଟୁ-ଷ୍ଟାର୍‌ ଅଧିକାରୀଙ୍କ ନେତୃତ୍ଵରେ ଭାରତୀୟ ବାୟୁସେନାର ଏକ ଟିମ୍ ଫ୍ରାନ୍‌ସ୍‌ରେ ଅଛନ୍ତି। ଏ ସଂକ୍ରାନ୍ତରେ ଅବଗତ ଥିବା ଜଣେ ସରକାରୀ ଅଧିକାରୀ ଆଜି ଏହା କହିଛନ୍ତି। ତାଙ୍କ ସୂଚନା ହେଲା ଅଳ୍ପ କେତେ ସପ୍ତାହ ମଧ୍ୟରେ ରାଫେଲ୍ ଲଢୁଆ ବିମାନର ଦ୍ଵିତୀୟ ବ୍ୟାଚ୍‌ ଅମ୍ବାଲା ଘାଟିରେ ପହଞ୍ଚିବ।

ଭାରତକୁ ଫ୍ରାନ୍‌ସ୍‌ରୁ ମିଳିବ ୩୬ଟି ରାଫେଲ୍ ଜେଟ୍‌। ଗତ ଜୁଲାଇ ୨୯ ତାରିଖରେ ୫ଟି ରାଫେଲ୍‌ ଅମ୍ବାଲା ଏୟାର୍‌ବେସ୍‌ରେ ପହଞ୍ଚିସାରିଛି। ତେବେ ପ୍ରତି ଦୁଇ ମାସରେ ତିନି/ଚାରିଟି ରାଫେଲ୍ ଆସି ପହଞ୍ଚିବ ବୋଲି ଭାରତୀୟ ବାୟୁସେନା ଆଶା କରୁଛି।

ମତାମତ ଦିଅନ୍ତୁ ।