୫ ଭାରତୀୟଙ୍କୁ ଚୀନ ସୈନିକଙ୍କ ଅପହରଣ

ଇଟାନଗର : ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହିଭଳି ସମୟରେ ଅରୁଣାଚଳ ପ୍ରଦେଶର ସୀମାରୁ ଚୀନ୍ ସୈନିକମାନେ ୫ ଜଣ ଭାରତୀୟଙ୍କୁ ଅପହରଣ କରିନେଇଛନ୍ତି ବୋଲି ରାଜ୍ୟର କଂଗ୍ରେସ ବିଧାୟକ ନିନଙ୍ଗ ଏରିଙ୍ଗ ଆଜି ଟୁଇଟ କରି ଏହି ସୂଚନା ଦେଇଛନ୍ତି।
ବିଧାୟକ ଏରିଙ୍ଗ କହିଛନ୍ତି ରାଜ୍ୟର ଉପରି ସୁବନାସିରି ଜିଲ୍ଲାର ୫ ଜଣ ଲୋକଙ୍କୁ ପିଏଲଏ ଅପହରଣ କରିନେଇଛି। ୫ ମାସ ପୂର୍ବରୁ ସମାନ ଘଟଣା ଘଟିଥିଲା। ପିଏମଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ)କୁ ଟ୍ୟାକ୍ କରି ବିଧାୟକ ଦାବି କରିଛନ୍ତି ଚୀନକୁ ଏହାର କଡା ଜବାବ୍ ଦିଆଯିବା ଦରକାର। ଯେଉଁ ଲୋକଙ୍କୁ ଅପହରଣ କରାଯାଇଛି ସେମାନେ ହେଲେ ଟୋଚ ସିଙ୍ଗକମ, ପ୍ରସାତ୍ ରିଙ୍ଗଲିଙ୍ଗ, ଡୋଁଗଯୁ ଏବିଆ, ତନୁ ବାକୋର ଓ ଗାରୁ ଡିରି। ଜଣେ ଅପହୃତଙ୍କ ପରିବାର ଲୋକ ଏହା କହିଛନ୍ତି।

କୁହାଯାଉଛି ଏହି ୫ ଜଣଙ୍କ ସହିତ ଆଉ ଦୁଇଜଣ ଗ୍ରାମବାସୀ ଥିଲେ। କିନ୍ତୁ ସେମାନେ ଖସି ଆସିବାରେ ସଫଳ ହୋଇଛନ୍ତି। ଅପହୃତ ଲୋକଙ୍କ ପରିବାର ଲୋକେ ସେନାକୁ ଏନେଇ ସୂଚନା ଦେଇନାହାନ୍ତି। ଘଟଣା ପରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଶନିବାର ସକାଳେ ସେନାର ଅଧିକାରୀ ଅପହୃତଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି।

ମତାମତ ଦିଅନ୍ତୁ ।