୫ ଡକାୟତଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ପୋଲିସ

କଟକ : ଜାତୀୟ ରାଜପଥରେ ପାରାଦୀପରୁ କଟକ ଆସୁଥିବା ମାଛ ଗାଡ଼ିକୁ ଲୁଟ କରିବାକୁ ଯୋଜନା ପଣ୍ଡ। ଚାଉଳିଆଗଞ୍ଜ ପୋଲିସ ଚଢ଼ଉ କରି ୫ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଥିବା ବେଳେ ୨ଜଣ ଖସି ପଳାଇଛନ୍ତି। ଜବତ ହୋଇଛି ବନ୍ଧୁକ ଓ ଅନ୍ୟ ମାରାଣାସ୍ତ୍ର। ଗିରଫ ଡକାୟତମାନେ ହେଲେ ବିଦ୍ୟାଧରପୁର ଦୋଳମଣ୍ଡପ ସାହିର ମିଲନ ଓରଫ ବିଶ୍ୱଜିତ ମହାରଣା, ପୋତପୋଖରୀ ଅଂଚଳର ଗେଡ଼ା ଓରଫ ସୁଧୀର ଦାସ, ଚାଉଳିଆଗଞ୍ଜ ଗୋପବନ୍ଧୁ ନଗରର ବାବୁ ଓରଫ ବିନୋଦ କୁମାର ସ୍ୱାଇଁ, ଓଏମ୍‌ପି ବସ୍ତିର ନଣ୍ଡା ଓରଫ ଅଜୟ ଦେହୁରୀ ଓ ବିଦ୍ୟାଧରପୁର ଛକସାହିର ଜଗା ଓରଫ ଦେବାଶିଷ ମହାରଣା।

Leave a Reply

Your email address will not be published. Required fields are marked *

Back to top button